Below header

ବାଇକ ଉପରେ ଚଢିଗଲା ଟ୍ରକ, ୩ ମୃତ

ଟ୍ରକ୍ ଧକ୍କାରେ ୩ ମୃତ। ବାଇକ ଉପରେ ଚଢିଗଲା ଟ୍ରକ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ସଦର ଥାନା ପଞ୍ଚମହଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ।

ଅନୁଗୁଳ (କେନ୍ୟୁଜ):  ଅନୁଗୁ‌‌ଳ ଜିଲ୍ଲା ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ ଉପରେ ଚଢିଗଲା ଟ୍ରକ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ମୃତକମାନେ ଅନୁଗୁଳ ଜିଲ୍ଲାର ଡେରଜାଙ୍ଗ ଗାଁର ବୋଲି ଜଣାଯାଇଛି । ମୃତକ ତିନିଜଣ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ , ରାଜେନ୍ଦ୍ର ପ୍ରଧାନ ଓ କୃପା ପ୍ରଧାନ ।

ସୂଚନା ଅନୁସାରେ ଡେରଜାଙ୍ଗ ଗାଁର ଏହି ୩ ଜଣ ଆଜି ସକାଳେ ବାଇକରେ ନିଜ ଗାଁରୁ ଅନୁଗୁଳ ଅଭିମୁଖେ ଆସୁଥିଲେ । ପଞ୍ଚମହଲା ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଯୁବକ ଛିଟିକି ପଡ଼ିଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.