Below header

ଲଣ୍ଡନର ବିଚ୍‌ ରାସ୍ତାରେ ଖଣ୍ଡାଧରି ଆତଙ୍କ ଖେଳାଇଥିବା ଘଟଣା: ୧୩ ବର୍ଷୀୟ ବାଳକ ମୃତ, ଆକ୍ରମଣକାରୀ ଗିରଫ

ଉତ୍ତର-ପୂର୍ବ ଲଣ୍ଡନର ଟ୍ୟୁବଷ୍ଟେସନରେ ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ବିଚ୍ ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏଥିର ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିନେଇଛି ।

ଲଣ୍ଡନର ବିଚ୍ ରାସ୍ତାରେ ହାତରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଯୁବକ । ଯାହାକୁ ପାଇଲେ ତାକୁ ଗୋଡେଇ ଗୋଡେଇ ହାଣିଲେ। ଏଥିର ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିନେଇଛି । ଆହତ ହୋଇଥିବା ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ଉତ୍ତର-ପୂର୍ବ ଲଣ୍ଡନର ଟ୍ୟୁବଷ୍ଟେସନରେ ଜଣେ ବ୍ୟକ୍ତି ହାତରେ ଖଣ୍ଡା ଧରି ବିଚ୍ ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୩ ବର୍ଷୀୟ ଛୁଆର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏହି ଘଟଣା ପରେ ପୋଲିସ ଆକ୍ରମଣକାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ବୟସ ୩୬ ବର୍ଷ ହେବ ବୋଲି ଜଣାପଡିଛି । ତେବେ ଏହା କୌଣସି ଆତଙ୍କବାଦୀ ଘଟଣା ନୁହେଁ ବୋଲି ମେଟ୍ରୋପଲିଟନର ପୋଲିସ କହିଛି ।
ମେଟ୍ରୋପଲିଟନ ପୋଲିସ ଡେପୁଟି ଆସିଷ୍ଟାଣ୍ଟ କମିଶନରଙ୍କ କହିବା ମୁତାବକ, ହେନାଲ୍ଟ ଷ୍ଟେସନ ଘଟଣାରେ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ଏହା ଭୟଙ୍କର ଘଟଣା । ଲୋକେ ଏହାକୁ ନେଇ ଚିନ୍ତାରେ ରହିଛନ୍ତି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା ।

ସୂଚନାଯୋଗ୍ୟ, ୨୦୨୩ରେ ଲଣ୍ଡନରେ ଏଭଳି ଘଟଣା ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ୧୪,୫୭୭ ଅପରାଧ ରେକର୍ଡ କରାଯାଇଛି । ସେହିପରି ଇଂଲଣ୍ଡ ଏବଂ େଓ୍ଵଲସରେ ଏହି ଘଟଣା ୭ ପ୍ରତିଶତ ବୃଦ୍ଧି ପାଇଛି । ଏଠାରେ ୪୯,୪୮୯ ରେକର୍ଡ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.