ଜମି ଦୁର୍ନୀତି: ୫ ଦିନିଆ ଇଡି ରିମାଣ୍ଡରେ ଗଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିର ଏକ କୋର୍ଟ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସି କୋର୍ଟଙ୍କଠାରୁ ୧୦ ଦିନିଆ ରିମାଣ୍ଡ ମାଗିଥିଲା । କିନ୍ତୁ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚିର ଏକ କୋର୍ଟ ୫ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସି କୋର୍ଟଙ୍କଠାରୁ ୧୦ ଦିନିଆ ରିମାଣ୍ଡ ମାଗିଥିଲା । କିନ୍ତୁ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦୀର୍ଘ ସମୟର ପଚରାଉଚରା ପରେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନଙ୍କୁ ଇଡି ବୁଧବାର ଗିରଫ କରିଥିଲା ।

ଇଡିର ହେପାଜତରେ ହିଁ ସୋରେନ ରାଜଭବନରେ ପହଞ୍ଚିଥିଲେ ଏବଂ ସିଏମ୍‌ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚମ୍ପାଇ ସୋରେନ ସରକାର ଗଠନର ଦାବି ଉପସ୍ଥାପନ କରିଥିଲେ । ଆଜି ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ଦଳର ନେତା ଚମ୍ପାଇ ସୋରେନ ସପ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଜଭବନରେ ଅନୁଷ୍ଠିତ ସମାରୋହରେ ରାଜ୍ୟପାଳ ସିପି ରାଧାକୃଷ୍ଣନ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ ।

ସେପଟେ ହେମନ୍ତ ସୋରେନ ଇଡିର ଗିରଫଦାରୀକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଠାରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । ସର୍ବୋଚ୍ଚ ଅଦାଲତ ତାଙ୍କୁ ପ୍ରଥମେ ହାଇକୋର୍ଟ ଯିବା ପାଇଁ କହିଛନ୍ତି । ଏବେ ସୋରେନଙ୍କ ପିଟିସନ ଉପରେ ହାଇକୋର୍ଟରେ ଶୁଣାଣି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.