ଝାଡ଼ଖଣ୍ଡରେ ହାଇଡ୍ରାମା: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ଗିରଫ, ଆଜି କୋର୍ଟରେ ହାଜର କରିବ ଇଡି

ଝାଡ଼ଖଣ୍ଡରେ ହାଇଡ୍ରାମା। ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଗିରଫ ହେଲେ ହେମନ୍ତ ସୋରେନ। ଅଧିକ ତଦନ୍ତ ପାଇଁ ତାଙ୍କୁ ୭ ଦିନ ରିମାଣ୍ଡାରେ ଦେବାକୁ ଇଡି ଆବେଦନ କରିବ । ଏପଟେ ହେମନ୍ତଙ୍କ ଗିରଫ ପ୍ରତିବାଦରେ ଆଜି ଜେଏମଏମ ପକ୍ଷରୁ ଦିନିକିଆ ବନ୍ଦ ଡାକରା ଦିଆଯାଇଛି ।

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ହାଇଡ୍ରାମା। ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଗିରଫ ହେଲେ ହେମନ୍ତ ସୋରେନ। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଇସ୍ତଫା ଦେଇଥିଲେ ହେମନ୍ତ । ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ । ଇସ୍ତଫା ପରେ ତାଙ୍କୁ ଗିରଫ କରିଛି ଇଡି । ଆଜି ଦିନ ୧୦ଟାରେ ସ୍ବତନ୍ତ୍ର କୋର୍ଟରେ ହାଜର ହେବ । ଅଧିକ ତଦନ୍ତ ପାଇଁ ତାଙ୍କୁ ୭ ଦିନ ରିମାଣ୍ଡାରେ ଦେବାକୁ ଇଡି ଆବେଦନ କରିବ । ଏପଟେ ହେମନ୍ତଙ୍କ ଗିରଫ ପ୍ରତିବାଦରେ ଆଜି ଜେଏମଏମ ପକ୍ଷରୁ ଦିନିକିଆ ବନ୍ଦ ଡାକରା ଦିଆଯାଇଛି ।

ଚମ୍ପଇ ସୋରେନ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆଜି ସେ ଶପଥଗ୍ରହଣ କରିବେ । ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ମନୋନୀତ କରାଯାଇଛି। ଝାଡ଼ଖଣ୍ଡର ପରିବହନ ଓ ଜାତି ଏବଂ ଜନଜାତି ମନ୍ତ୍ରୀ ଅଛନ୍ତି ଚମ୍ପଇ ସୋରେନ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ଚମ୍ପଇ । ୪୩ ବିଧାୟକଙ୍କ ସମର୍ଥନ ପତ୍ର ସେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ତେବେ ଜେଏମଏମ ନିକଟରେ ୪୭ ବିଧାୟକଙ୍କ ସମର୍ଥନ ଥିବା କହିଛନ୍ତି ବିଧାୟକ ଆଲମଗିରି । ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ହେମନ୍ତ ସୋରେନଙ୍କୁ ଦୀର୍ଘ ସମୟ ଜେରା କରିଥିଲା । ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ । ଜେରା ପରଠାରୁ ହେମନ୍ତଙ୍କ ସହ ପ୍ରବର୍ତ୍ତନ ଅଧିକାରୀ ରହିଥିଲେ । ଏପରିକି ରାଜଭବନ ଯିବା ବେଳେ ମଧ୍ୟ ସାଥିରେ ରହିଥିଲେ ଇଡି ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.