ରାଜଧାନୀରେ ଲୋକଙ୍କୁ ବୋକା ବନାଉଥିଲେ ନକଲି ପୋଲିସ, ରତ୍ନ ପଥର ଦେଇ ନେଉଥିଲେ ସୁନା

କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ରତ୍ନ ପଥର, ଚଷମା ବିକିବା ଆଳରେ ଲୋକଙ୍କୁ ଲୁଟୁଥିଲେ ଏହି ଲୁଟେରା । ଇରାନରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍‌): କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ରତ୍ନ ପଥର, ଚଷମା ବିକିବା ଆଳରେ ଲୋକଙ୍କୁ ଲୁଟୁଥିଲେ ଏହି ଲୁଟେରା । ଇରାନରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ। କେତବେଳେ ରତ୍ନପଥର ବିକ୍ରି କରୁଥିଲେ ତ ଆଉ କେତବେଳେ ଚଷମା ବିକ୍ରି କରୁଥିଲେ । ହିନ୍ଦୀ ଓ ପାର୍ସି ଭାଷାରେ ସେମାନେ କଥା ହୋଇ ପ୍ରଥମେ ନିଜକୁ ବାହାର ରାଜ୍ୟର ପୋଲିସ ବୋଲି କହୁଥିଲେ । ପରବର୍ତ୍ତୀ ସମୟରେ ନିରୀହ ଲୋକଙ୍କୁ ଲୁଟୁଥିଲେ । ଇରାନୀ ମୁସଲିମ ଗ୍ୟାଙ୍ଗ ର ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସରେ ସେମାନଙ୍କ ନାଁ ରେ ୧୧ ଟି ମାମଲା ରହିଛି । ମଧ୍ୟପ୍ରଦେଶରେ ୭ ଜଣ ଲୁଟେରାଙ୍କ ଘର ।

ନିଜକୁ ସିବିଆଇ ଓ ଅନ୍ୟ ରାଜ୍ୟର ପୋଲିସ ବୋଲି ପରିଚୟ ଦେଇ ଏଭିଭଳି ଠକୁଥିବା ଇରାନୀ ମୁସଲିମ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍‌ ପୋଲିସ । ଗ୍ୟାଙ୍ଗର ୭ ଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ସାଢ଼େ ୩ ଲକ୍ଷ ଟଙ୍କା, ସୁନା ଅଳଙ୍କାର, କାର, ୨ ଟି ମଟର ସାଇକେଲ, କିଛି ରତ୍ନ ପଥର, ୬ ଟି ମୋବାଇଲ ଓ କିଛି ଫେକ ଆଇକାର୍ଡ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ ।

ତେବେ ଏହି ଲୁଟେରାଙ୍କ ଚେର ଖାଲି ରାଜଧାନୀରେ ଲିମ୍ବିନି । ମୁମ୍ବାଇ, ବିହାର, ୟୁପି, ଗୁଜୁରାଟ ଓ କର୍ଣଟକରେ ରହି ଅପରାଧ ଘଟାଇଛନ୍ତି ଏହି ଗ୍ୟାଙ୍ଗ । ତେବେ ଏହି ଗ୍ୟାଙ୍ଗ ୮ ଭାଗରେ ବିଭକ୍ତ ହୋଇ ଯୁବତୀ, ମହିଳା ଓ ପ୍ରାପ୍ତ ବୟସ୍କଙ୍କୁ ଟାର୍ଗେଟ କରନ୍ତି । କାମ ସରିବା ପରେ ନିକଟସ୍ଥ ଢ଼ାବା ରେ ଖାଇ ହୋଟେଲ ରେ ରୁହନ୍ତି । ଏମାନଙ୍କ ମଧ୍ୟରୁ କିଛି ଅଭିଯୁକ୍ତ ପୂର୍ବରୁ ଉତ୍ତରପ୍ରଦେଶ ଜେଲରେ ଥିଲେ । ଜାମିନରେ ଆସିବା ପରେ ପୁଣି ଅପରାଧ ଘଟାଉଥିବା କହିଛନ୍ତି କମିଶନର । ଏହାସହ ଓଡ଼ିଶାର ନୂଆପଡା ରେ ସେମାନଙ୍କ ର କିଛି ସମ୍ପର୍କୀୟ ରହୁଥିବା ଜାଣିବାକୁ ପାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.