ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ: କାହାକୁ ମିଳିବ ଅଧିକ ଫୋକସ ? ତା’ ଉପରେ ରହିଛି ନଜର

ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ସଂସଦରେ ବଜେଟ ଆଗତ କରିବେ। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହା ଏକ କାମଚଳା ବଜେଟ୍ ହେବ । ନିର୍ବାଚନୀ ବର୍ଷ ଥିବାରୁ ବଜେଟରେ ସାଧାରଣ ଲୋକଙ୍କୁ ଖୁସି କରିବାକୁ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ସରକାର ।

ନୂଆଦିଲ୍ଲୀ : ଆଜି ସଂସଦରେ ଆଗତ ହେବ ଅନ୍ତରୀଣ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟାରେ ସଂସଦରେ ବଜେଟ ଆଗତ କରିବେ। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏହା ଏକ କାମଚଳା ବଜେଟ୍ ହେବ । ନିର୍ବାଚନୀ ବର୍ଷ ଥିବାରୁ ବଜେଟରେ ସାଧାରଣ ଲୋକଙ୍କୁ ଖୁସି କରିବାକୁ କିଛି ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଏଥିରେ ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ ନାହିଁ । ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି ସମୟ ପାଇଁ ବିଭିନ୍ନ କ୍ଷେତ୍ର ଓ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ଲାଗି ବଜେଟ୍ ରେ ବ୍ୟବସ୍ଥା କରାଯିବ । ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।

କେମିତି ରହିବ ବଜେଟର ରୂପରେଖ, କେଉଁ ସୁବିଧା ପାଇବେ ତାକୁ ଅପେକ୍ଷା କରିଛନ୍ତି ମଧ୍ୟବିତ୍ତ । ନିର୍ବାଚନ ବର୍ଷର ବଜେଟ୍ ହୋଇଥିବାରୁ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ଏବଂ ମାଗଣା ସ୍କିମ୍ ଲାଗୁ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବାର ମଧ୍ୟ ସମ୍ଭାବନା ରହିଛି । ଖାଦ୍ୟଶସ୍ୟ, ସାର ଆଦି ପାଇଁ ଅଧିକ ସବସିଡି ବ୍ୟବସ୍ଥା କରାଯାଇପାରେ । ଆୟକର ଛାଡ଼ ସୀମା ବୃଦ୍ଧି ଓ ଟିକସ ରିହାତି ଉପରେ ରହିଛି ମଧ୍ୟବିତ୍ତଙ୍କ ଫୋକସ । ଜୁଲାଇରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ। ନୂଆ ସରକାର ଏହାକୁ ଆଗତ କରିବେ । କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ଅନ୍ତରୀଣ ବଜେଟ ଉପରେ ନଜର ରଖିଛି ଓଡିଶା । ବାତ୍ୟା, ପ୍ରାକୃତିକ ଦୁର୍ବିପାକର ସାମନା କରୁଥିବା ରାଜ୍ୟ ଓଡିଶା ଅନେକ ବର୍ଷ ଧରି ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଆସିଛି । ତେଣୁ ଅନ୍ତରୀଣ ବଜେଟରୁ ସ୍ପେଶାଲ ଫୋକସ ଷ୍ଟେଟ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.