Below header

କୁହୁଡି ଯୋଗୁଁ ଓଲଟିଲା ଲକ୍ଷ୍ମୀ ବସ: ୨୧ ଯାତ୍ରୀ ଆହତ

କୁହୁଡ଼ି ହେଲା କାଳ । ଡିଭାଇଡରେ ପିଟିହେଲା ବସ୍, ଅନେକ ଯାତ୍ରୀ ଆହତ । ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାକୁ ଡିଭାଇଡରରେ ପିଟି ହେଲା ଵସ୍ । ଫଳରେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

କଟକ(କେନ୍ୟୁଜ): କୁହୁଡ଼ି ହେଲା କାଳ । ଡିଭାଇଡରେ ପିଟିହେଲା ବସ୍, ଅନେକ ଯାତ୍ରୀ ଆହତ । କଟକ ବାଳି ଛକ-ନୂଆପାଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଛି ଦୁର୍ଘଟଣା । ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଦେଖାନଯିବାକୁ ଡିଭାଇଡରରେ ପିଟି ହେଲା ଵସ୍ । ଫଳରେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଛି ।

ବସଟି ଆଜି ଭୋରରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଦେବଗଡ଼ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିଲା । ଦୁର୍ଘଟଣାରେ ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଜିଲ୍ଲାର । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.