କମିଛି ଶୀତ ବଢିଛି କୁହୁଡ଼ି, ଦିଶୁନି ରାସ୍ତାଘାଟ
ଶୀତ କମିଛି, ବଢିଛି କୁହୁଡ଼ି। ବାୟୁମଣ୍ଡଳରେ ଜଲୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି। ବିଶେଷକରି କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନାୟଗଡ଼ରେ କୁହୁଡ଼ି ଦୃଶ୍ୟମାନ ହେବ।

ଭୁବନେଶ୍ୱର (କେନ୍ୟୁଜ): ଶୀତ କମିଛି, ବଢିଛି କୁହୁଡ଼ି। ବାୟୁମଣ୍ଡଳରେ ଜଲୀୟ ବାଷ୍ପର ପରିମାଣ ଅଧିକ ରହୁଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି। ବିଶେଷକରି କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନାୟଗଡ଼ରେ କୁହୁଡ଼ି ଦୃଶ୍ୟମାନ ହେବ। ଦକ୍ଷିଣ ଓଡ଼ିଶାରେ ହାଲୁକା କୁହୁଡ଼ି ସହ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ନେଇ ଆକଳନ କରାଯାଇଛି। ୩ ତାରିଖରେ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ।