Below header

ଜମି ଦୁର୍ନୀତି: ଗିରଫ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ !

ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ରାଜଧାନୀ ଦିଲ୍ଲୀସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛି । ଦକ୍ଷିଣ ଦିଲ୍ଲୀର ପୋଶ୍‌ ଅଞ୍ଚଳରେ ଥିବା ହେମନ୍ତ ସୋରେନଙ୍କ ଶାନ୍ତି ନିକେତନ ବାସଭବନରେ ଇଡିର ଅଧିକାରୀମାନେ ପହଞ୍ଚିଛନ୍ତି ।

ସୂତ୍ରରୁ ଜଣାପଡ଼ିଛି ଯେ ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ ମଧ୍ୟ କରାଯାଇପାରେ । ତାଙ୍କ ବାସଭବନ ବାହାରେ ଏବଂ ଭିତରେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । ହେମନ୍ତ ସୋରେନଙ୍କୁ ପୂର୍ବରୁ ମଧ୍ୟ ପଚରାଉଚରା କରାଯାଇଥିଲା ଏବଂ ରାଞ୍ଚିରେ ତାଙ୍କୁ ୮ ଘଣ୍ଟା ଧରି ଇଡି ପଚରାଉଚରା କରିଥିଲା ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିଛି ଦିନ ପୂର୍ବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦଶମ ସମନ ଜାରି କରି ଜାନୁୟାରୀ ୨୯ କିମ୍ବା ୩୧ରେ ହାଜର ହେବାକୁ କହିଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ ଯଦି ସେ ହାଜର ନ ହୁଅନ୍ତି, ତେବେ ଇଡି ନିଜେ ତାଙ୍କୁ ପଚରାଉଚରା କରିବାକୁ ପହଞ୍ଚିବ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ନୂଆ ସମନ ଜାରି ହେବା ପରେ ସୋରେନ ହଠାତ୍ ଦିଲ୍ଲୀ ଯାଇଥିଲେ ।

ସେହିପରି ଜାନୁୟାରୀ ୧୩ରେ ସିଏମ୍‌ ସୋରେନଙ୍କୁ ଇଡି ଅଷ୍ଟମ ସମନ ଜାରି କରି ୧୬ କିମ୍ବା ୨୦ ତାରିଖ ମଧ୍ୟରେ ପଚରାଉଚରା ପାଇଁ ଉପଲବ୍ଧ ହେବାକୁ କହିଥିଲା । ଏହାପୂର୍ବରୁ ବି ସୋରେନ ସପ୍ତମ ସମନରେ ହାଜର ହୋଇ ନ ଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.