Below header

ଚାକିରି ନାହିଁ ତ ମୂଲ ଲାଗି ସ୍ତ୍ରୀକୁ ଭରଣପୋଷଣ ଦେବାକୁ ବାଧ୍ୟ ସ୍ୱାମୀ, ହାଇକୋର୍ଟଙ୍କ ନିଷ୍ପତ୍ତି

ଚାକିରି ନଥିଲେ ବି ଯେଉଁଠି ହେଉ ମୂଲ ମଜୁରୀ ଲାଗି ପତ୍ନୀକୁ ଭରଣ ପୋଷଣ ଦେବେ ସ୍ବାମୀ । ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଏହି ରାୟ ଦେଇ କହିଛନ୍ତି ଯେ ପତ୍ନୀକୁ ଭରଣ ପୋଷଣ ଦେବା ଲାଗି ସ୍ବାମୀ ବାଧ୍ୟ ।

ରୋଜଗାର ନଥିବା ଆଳ ଦେଖାଇ ପତ୍ନୀକୁ ଭରଣ ପୋଷଣ ଦାୟିତ୍ବରୁ ଆଉ ଖସି ଯାଇପାରିବେ ନାହିଁ ସ୍ବାମୀ । ଚାକିରି ନଥିଲେ ବି ଯେଉଁଠି ହେଉ ମୂଲ ମଜୁରୀ ଲାଗି ପତ୍ନୀକୁ ଭରଣ ପୋଷଣ ଦେବେ ସ୍ବାମୀ । ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

କୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଏହି ରାୟ ଦେଇ କହିଛନ୍ତି ଯେ ପତ୍ନୀକୁ ଭରଣ ପୋଷଣ ଦେବା ଲାଗି ସ୍ବାମୀ ବାଧ୍ୟ । ଯଦି ସେ ଅଣକୁଶଳୀ ବି ହୋଇଥିବେ ତେବେ ଯେକୌଣସି କାମ କରି ଦିନକୁ ୩୦୦ରୁ ୪୦୦ ଟଙ୍କା ରୋଜଗାର କରି ପାରିବେ । ଜଷ୍ଟିସ ରେଣୁ ଅଗ୍ରୱାଲ ଏହି ରାୟ ଦେଇଛନ୍ତି ।

ମାମଲା ହେଉଛି, ଜଣେ ସ୍ବାମୀ ତାଙ୍କ ଠାରୁ ଅଲଗା ରହୁଥିବା ପତ୍ନୀଙ୍କୁ ମାସିକ ୨ ହଜାର ଟଙ୍କା ଭରଣ ପୋଷଣ ବାବଦ ଭତ୍ତା ଦେବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ ସଂପୃକ୍ତ ସ୍ବାମୀ । ତାଙ୍କ ଆବଦେନକୁ ଖାରଜ କରି ଲକ୍ଷ୍ନୌ ଖଣ୍ଡପୀଠ ଯେମିତି ବି ହେଉ ଭରଣ ପୋଷଣ ଦେବାକୁ ରାୟ ଦେଇଛନ୍ତି ।

ଏହି ସ୍ବାମୀ ସ୍ତ୍ରୀଙ୍କର ୨୦୧୫ରେ ବିବାହ ହୋଇଥିଲା । ବର୍ଷେ ପରେ କୌଣସି କାରଣରୁ ପତ୍ନୀ ସ୍ବାମୀ ଠାରୁ ଅଲଗା ହୋଇ ନିଜ ବାପ ଘରେ ରହୁଛନ୍ତି । ସେ ଭରଣପୋଷଣ ଦାବି କରିଥିଲେ । ତେବେ ସଂପୃକ୍ତ ସ୍ବାମୀ ପରିବାର ଅଦାଲତରେ ଆବେଦନ କରି ନିଜେ ବହୁତ ଗରିବ, ଅସୁସ୍ଥ, ପରିବାର ବୋଝ ରହିଛି ଏବଂ ମୂଲ ମଜୁରୀ ଲାଗି ଚଳେ । ତେଣୁ ଭରଣ ପୋଷଣ ଦେବାକୁ ଅକ୍ଷମ ବୋଲି ଜଣାଇଥିଲେ । ଏମିତିକି ତାଙ୍କ ପତ୍ନୀ ଉଚ୍ଚ ଶିକ୍ଷିତା ଏବଂ ମାସକୁ ୧୦ ହଜାର ଟଙ୍କା କମାଉଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରିଥିଲେ । ଏହାସତ୍ତ୍ବେ କୋର୍ଟ ତାଙ୍କ ବିପକ୍ଷରେ ରାୟ ଦେଇ ପତ୍ନୀଙ୍କୁ ଭରଣ ପୋଷଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.