ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ୪୦ ଘଣ୍ଟା ହେଲା ନିଖୋଜ, ଖବର ଦେଲେ ମିଳିବ ୧୧,୦୦୦ ଟଙ୍କା: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କଲେ ବିଜେପି ନେତା
ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାବୁଲାଲ ମରାଣ୍ଡିଙ୍କ ପୋଷ୍ଟ ଭାଇରଲ । ଏଥିରେ ଲେଖାଯାଇଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି, ଗତ ୪୦ ଘଣ୍ଟା ହେଲାଣି ତାଙ୍କର କୌଣସି ଖବର ନାହିଁ । ଆଉ ଏବେ ତାଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ।
ଝାରଖଣ୍ଡ ରାଜନୀତି ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ମଧ୍ୟରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାବୁଲାଲ ମରାଣ୍ଡିଙ୍କ ଏକ ଟ୍ଵିଟ୍ ଭାଇରଲ ହେଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବାବୁଲାଲ ମରାଣ୍ଡି ଫଟୋ ପୋଷ୍ଟ କରିଛନ୍ତି, ଏଥିରେ ଲେଖାଯାଇଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି, ଗତ ୪୦ ଘଣ୍ଟା ହେଲାଣି ତାଙ୍କର କୌଣସି ଖବର ନାହିଁ । ଆଉ ଏବେ ତାଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ।
ବାବୁଲାଲ ମରାଣ୍ଡି ଲେଖିଛନ୍ତିି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି, ଗତ ୪୦ ଘଣ୍ଟା ହେଲାଣି ତାଙ୍କର କୌଣସି ଖବର ନାହିଁ । ମରାଣ୍ଡି ଝାରଖଣ୍ଡ ବାସୀଙ୍କୁ ଅପିଲ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଡି ଭୟରେ ଗତ ୪୦ ଘଣ୍ଟା ହେଲାଣି ନିଖୋଜ ରହିଛନ୍ତି । ଲୋକଲଜ୍ୟାକୁ ତ୍ୟାଗ କରି ଲୁଚିଛନ୍ତି । ଆଉ ଏବେ ତାଙ୍କ ବିଷୟରେ ଯିଏ ସୂଚନା ଦେବ, ତାକୁ ୧୧ ହଜାର ଟଙ୍କା ପୁରସ୍କାର ମିଳିବ ।
झारखंड के लोगों से मार्मिक अपीलः-
हमारे राज्य के मुख्यमंत्री केन्द्रीय एजेंसियों के डर के मारे पिछले क़रीब चालीस घंटे से लोकलाज त्याग कर लापता हैं और चेहरा छिपाकर भागे-भागे फिर हैं।यह न सिर्फ़ मुख्यमंत्री की निजी सुरक्षा के लिये ख़तरा है बल्कि झारखंड की साढ़े तीन करोड़ जनता की… pic.twitter.com/6QdNm5T0PS
— Babulal Marandi (@yourBabulal) January 30, 2024
ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କର ସମସ୍ତ ଠିକଣାରେ ଇଡି ଟିମ୍ ଯାଞ୍ଚ କରୁଛି । ତାଙ୍କ ଦିଲ୍ଲୀ ଘରୁ BMW କାର ସହିତ ୩୬ ଲକ୍ଷ ଟଙ୍କା, କାଗଜପତ୍ର ଜବତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ରାଜଭବନ, ଇଡି ଅଫିସ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି ।
तलाश है झारखंड के गुमशुदा मुख्यमंत्री की…
जिन किसी भी सज्जन को यह व्यक्ति दिखें तो, दिए गए पते पर तुरंत सूचित करें।
सही जनकारी देने वाले को 11 हजार रुपये नगद राशि दी जाएगी। pic.twitter.com/9nvFhVQlnl
— Babulal Marandi (@yourBabulal) January 30, 2024