ବିଦେଶରେ ହେବ ଅନନ୍ତ-ରାଧିକାଙ୍କ ବିବାହ, ୩ ଦିନ ଧରି ଚାଲିବ ଉତ୍ସବ

ବିଦେଶରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ତାଙ୍କର ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟ । ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଆସନ୍ତା ଜୁଲାଇରେ ନିଜର ଲେଡି ଲଭ୍‌ ରାଧିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ।

ବିଦେଶରେ ବାହା ହେବେ ଅନନ୍ତ ଅମ୍ବାନୀ ଓ ତାଙ୍କର ଭାବୀ ପତ୍ନୀ ରାଧିକା ମର୍ଚାଣ୍ଟ । ମୁକେଶ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଆସନ୍ତା ଜୁଲାଇରେ ନିଜର ଲେଡି ଲଭ୍‌ ରାଧିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହ ପୂର୍ବରୁ ମାର୍ଚ୍ଚରେ ଉଭୟଙ୍କ ଗ୍ରାଣ୍ଡ ପ୍ରି-ୱେଡିଂ ପାଇଁ ଜାମନଗରକୁ କନ୍ୟା ବେଶରେ ସଜାଯାଇଥିଲା ।

ଅମ୍ବାନୀ ପରିବାରର ଫଙ୍କସନରେ ହଲିଉଡ୍‌, ବଲିଉଡ୍‌, ବିଜନେସ୍‌ ଓ୍ଵାର୍ଲ୍ଡର ଅନେକ ଜଣାଶୁଣା ସେଲିବ୍ରିଟି ସାମିଲ ହୋଇଥିଲେ । ଏବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନନ୍ତ-ରାଧିକାଙ୍କ ବିବାହ ଉତ୍ସବ ପ୍ରି-ୱେଡିଂ ସେଲିବ୍ରେସନଠାରୁ ମଧ୍ୟ ଅଧିକ ଗ୍ରାଣ୍ଡ ଏବଂ ଧମାକାଦାର ହେବ ।

ଜୁଲାଇରେ ଅନନ୍ତ-ରାଧିକାଙ୍କ ୱେଡିଂ ପଙ୍କସନ ଲଣ୍ଡନରେ ଥିବା ଷ୍ଟୋକ୍‌ ପାର୍କ ଇଷ୍ଟେଟ୍‌ରେ ଅନୁଷ୍ଠିତ ହେବ । ବାହାଘର ଉତ୍ସବ ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି । ନୀତା ଅମ୍ବାନୀ ନିଜେ ପ୍ରତ୍ୟେକ ଜିନିଷ ଉପରେ ନଜର ରଖୁଛନ୍ତି ।

ଏହା ମଧ୍ୟ ଜଣାପଡ଼ିଛି ଯେ ଲଣ୍ଡନରେ ହେବାକୁ ଥିବା ବାହାଘର ଉତ୍ସବ ପାଇଁ ବଲିଉଡ୍‌ ସେଲିବ୍ରିଟିମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଇବା ଆରମ୍ଭ ହୋଇସାରିଛି, ଯେପରି ସେମାନେ ନିଜର ସିଡ୍ୟୁଲ୍‌କୁ ଫଙ୍କସନ ହିସାବରେ ପ୍ଲାନ୍‌ କରିପାରିବେ ।

ଏହା ମଧ୍ୟ କୁହାଯାଉଛି ଯେ ଯେଉଁ ପ୍ରକାରର ପ୍ରି-ୱେଡିଂ ପଙ୍କସନ ପାଇଁ ଡ୍ରେସ୍‌ କୋଡ୍‌ ସହିତ ୯ ପେଜ୍‌ର ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ୱେଡିଂ ପଙ୍କସନର ନିମନ୍ତ୍ରଣ କାର୍ଡ ମଧ୍ୟ ସେହିପରି ହେବାର ଅଛି । ଲଣ୍ଡନରେ ଷ୍ଟୋକ୍‌ ପାର୍କ ଇଷ୍ଟେଟ୍‌ରେ ହେବାକୁ ଥିବା ବାହାଘର ଫଙ୍କସନର ଥିମ୍‌ ବିଷୟରେ ବର୍ତ୍ତମାନ କୌଣସି ଖାସ୍‌ ସୂଚନା ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.