Below header

କେଶ ସମସ୍ୟାକୁ ନେଇ ଚିନ୍ତିତ କି ? ଏପରି ବ୍ୟବହାର କରନ୍ତୁ ମନ୍ଦାର ଫୁଲ ହେୟାର ମାସ୍କ

ଆଜିକାଲି ଲୋକଙ୍କ କେଶ ଶୁଷ୍କ ହୋଇ ଶୀଘ୍ର ଝଡିଯାଉଛି । ଯଦି ଆପଣ ମଧ୍ୟ ଏହି ସମସ୍ୟାର ଶିକାର ହୁଅନ୍ତି, ତେବେ ଆପଣଙ୍କ କେଶର ଯତ୍ନ ନେବା ପାଇଁ କିଛି ଘରୋଇ ଉପଚାର ଚେଷ୍ଟା କରନ୍ତୁ । ଏହି ଉପଚାରଗୁଡ଼ିକ କେବଳ ଆପଣଙ୍କ କେଶକୁ ମୂଳରୁ ମଜବୁତ କରେ ନାହିଁ ବରଂ ସେମାନଙ୍କୁ ମେଟା କରିଥାଏ ।

ମୋଟା ଏବଂ କୋମଳ କେଶ ଚେହେରାକୁ ସୁନ୍ଦର କରିଥାଏ । ତେବେ ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର କେଶ ମୋଟା, ଲମ୍ବା ଏବଂ ନରମ ହୋଇଥାଉ । କିନ୍ତୁ ଆଜିକାଲି ଲୋକଙ୍କ କେଶ ଶୁଷ୍କ ହୋଇ ଶୀଘ୍ର ଝଡିଯାଉଛି । ଯଦି ଆପଣ ମଧ୍ୟ ଏହି ସମସ୍ୟାର ଶିକାର ହୁଅନ୍ତି, ତେବେ ଆପଣଙ୍କ କେଶର ଯତ୍ନ ନେବା ପାଇଁ କିଛି ଘରୋଇ ଉପଚାର ଚେଷ୍ଟା କରନ୍ତୁ । ଏହି ଉପଚାରଗୁଡ଼ିକ କେବଳ ଆପଣଙ୍କ କେଶକୁ ମୂଳରୁ ମଜବୁତ କରେ ନାହିଁ ବରଂ ସେମାନଙ୍କୁ ମେଟା କରିଥାଏ । ଏହି ଘରୋଇ ଉପାୟରେ ମନ୍ଦାର ଫୁଲ ଏକ ଭଲ ଉପଚାର ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ମନ୍ଦାର ଫୁଲରେ କିପରି ହେୟାର ମାସ୍କ ତିଆରି କରିବା ।

କେଶ ପାଇଁ ମନ୍ଦାର ଫୁଲ ଉପକାରୀ :
ମନ୍ଦାର ଫୁଲ ଆପଣଙ୍କ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଫ୍ଲାଭୋନାଏଡ୍ ଏବଂ ଆମିନୋ ଏସିଡ୍ ଆପଣଙ୍କ କେଶକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ କେଶକୁ ମଜବୁତ କରିଥାଏ ଏବଂ ପତଳା କେଶର ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ଏହା ସହ ଧଳା କେଶ କମ୍‌ କରିବାରେ ଏହା ଲାଭଦାୟକ ହୋଇଥାଏ ।

ହେୟାର ମାସ୍କ ପାଇଁ ଉପାଦାନ :
୬ ରୁ ୭ ମନ୍ଦାର ଫୁଲ, ୨୦ ରୁ ୨୫ ଭୃସଙ୍ଗ ପତ୍ର, ୪ ରୁ ୫ ମନ୍ଦାର ପତ୍ର, ଅଧା କପ୍ ଆଲୋଭେରା ଜେଲ୍, ୨ ଚାମଚ କାଷ୍ଟର ତେଲ, ୪ ରୁ ୫ ଚାମଚ ପାଣି ।

ହେୟାର ମାସ୍କ ତିଆରି ପାଇଁ ଉପାଦାନ :
ମନ୍ଦାର ଫୁଳ ମାସ୍କ ତିଆରି କରିବା ପାଇଁ ସର୍ବପ୍ରଥମେ ଏକ ଗ୍ରାଇଣ୍ଡର ପାତ୍ରରେ ୬ ରୁ ୭ ମନ୍ଦାର ଫୁଲ, ୨୦ ରୁ ୨୫ ଭୃସଙ୍ଗ ପତ୍ର, ୪ ରୁ ୫ ମନ୍ଦାର ପତ୍ର, ଅଧା କପ୍ ତାଜା ଆଲୋଭେରା ଜେଲ୍ ନିଅନ୍ତୁ । ଏହି ସମସ୍ତ ଉପାଦାନକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ବର୍ତ୍ତମାନ ଏକ ବଡ ପାତ୍ରରେ ଏହି ପେଷ୍ଟ ବାହାର କରି ସେଥିରେ ୨ ଚାମଚ କାଷ୍ଟର ତେଲ ମିଶାନ୍ତୁ । ଏପରି ଭାବେ ଆପଣ ହେୟାର ମାସ୍କ ପ୍ରସ୍ତୁତ ହୋଇଯିବ । ତେବେ ଏହି ମାସ୍କକୁ ସପ୍ତାହରେ ଥରେ କେଶରେ ଲଗାନ୍ତୁ ।

ହେୟାର ମାସ୍କ କିପରି ବ୍ୟବହାର କରିବେ :
ଏଥିପାଇଁ କେଶ ଧୋଇବା ପୂର୍ବରୁ, ଏହି ମାସ୍କକୁ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ । ଏହାକୁ କେଶରେ ଭଲ ଭାବରେ ମସାଜ୍ କରନ୍ତୁ । ଯାହାଫଳରେ ରକ୍ତ ସଞ୍ଚାଳନରେ ଉନ୍ନତି ହେବ । ଏହି ମାସ୍କକୁ ୨୫ ମିନିଟ୍ ପାଇଁ ଆପଣଙ୍କ ମୁଣ୍ଡରେ ଲଗାଇ ରଖନ୍ତୁ । ନିର୍ଦ୍ଦିଷ୍ଟ ସମୟ ପରେ ଏହି ମାସ୍କକୁ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ସାମ୍ପୁ ଏବଂ କଣ୍ଡିସନର ସହିତ କେଶ ଧୋଇ ଦିଅନ୍ତୁ । ଏହାକୁ ବ୍ୟବହାର କରିବା ଦ୍ୱାରା ଦେଖିବେ, ଆପଣଙ୍କ କେଶର ଅନେକ ସମସ୍ୟା ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.