ହେମନ୍ତ ସୋରେନଙ୍କୁ ସୁପ୍ରିମ ଝଟକା, ଇଡି ଗିରଫଦାରୀକୁ ବେଆଇନ ଦର୍ଶାଇ କରିଥିବା ଆବେଦନ ଖାରଜ

ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମ ଝଟକା । ହେମନ୍ତଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଶୁଣାଣି ପାଇଁ ମନା କରିବା ସହ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ ହେମନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇଡିର ଗିରଫଦାରୀକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହେମନ୍ତ ସୋରେନ।

ନୂଆଦିଲ୍ଲୀ : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମ ଝଟକା । ହେମନ୍ତଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ଶୁଣାଣି ପାଇଁ ମନା କରିବା ସହ ହାଇକୋର୍ଟ ଯିବାକୁ ସୁପ୍ରିମକୋର୍ଟ ହେମନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇଡିର ଗିରଫଦାରୀକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହେମନ୍ତ ସୋରେନ।

ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର ବେଞ୍ଚ ଜଷ୍ଟିସ ସଞ୍ଜୀବ ଖାନା, ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ହେମନ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଳ ସିବଲ ଓ ଅଭିଷେକ ମନୁ ସିଂଘଭୀ ମାମଲା ଲଢୁଥିଲେ । ବୁଧବାର ଜମି ଦୁର୍ନୀତି ମାମଲାରେ ମାରାଥନ ଜେରା ପରେ ହେମନ୍ତଙ୍କୁ ଇଡ଼ି ଗିରଫ କରିଥିଲା । ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ସେ ହୋଟୱାର ଜେଲରେ ଅଛନ୍ତି । ତାଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡ଼ି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.