କିନ୍ନରଙ୍କ କଳସ ଶୋଭା ଯାତ୍ରାରେ କମ୍ପିଲା ଯାଜପୁର ସହର, ଦେଶର ମଙ୍ଗଳ ପାଇଁ କରିଲେ ପୂଜାର୍ଚ୍ଚନା

କଳସ ଶୋଭା ଯାତ୍ରାରେ କମ୍ପିଲା ଯାଜପୁର ସହର । ଆଉ ସବୁଠୁ ନିଆରା ଥିଲା ଏହି ଦୃଶ୍ୟ କାରଣ ଏଠି କଳସ ଯାତ୍ରା କରୁଥିଲେ କିନ୍ନରମାନେ । ବୈତରଣୀ ନଦୀର ଦଶ୍ୱାସମେଧ ଘାଟରୁ କଳସରେ ପାଣି ଉଠାଇ ଏକ ବିରାଟ ପାଟୁଆରର ଶୋଭାଯାତ୍ରାରେ ସହର ପରିକ୍ରମା କରି କୁସୁମା ନିକଟରେ ଥିବା ଗଣେଷ ପ୍ୟାଲେସ ପହଞ୍ଚିଥିଲା ଏହି ଭବ୍ୟ କଳସ ଶୋଭା ଯାତ୍ରା ।

କଳସ ଶୋଭା ଯାତ୍ରାରେ କମ୍ପିଲା ଯାଜପୁର ସହର । ଆଉ ସବୁଠୁ ନିଆରା ଥିଲା ଏହି ଦୃଶ୍ୟ କାରଣ ଏଠି କଳସ ଯାତ୍ରା କରୁଥିଲେ କିନ୍ନରମାନେ । ବୈତରଣୀ ନଦୀର ଦଶ୍ୱାସମେଧ ଘାଟରୁ କଳସରେ ପାଣି ଉଠାଇ ଏକ ବିରାଟ ପାଟୁଆରର ଶୋଭାଯାତ୍ରାରେ ସହର ପରିକ୍ରମା କରି କୁସୁମା ନିକଟରେ ଥିବା ଗଣେଷ ପ୍ୟାଲେସ ପହଞ୍ଚିଥିଲା ଏହି ଭବ୍ୟ କଳସ ଶୋଭା ଯାତ୍ରା । ଏହି ଶୋଭାଯାତ୍ରାରେ ଓଡିଶାର ପ୍ରତେକ ଜିଲ୍ଲାରୁ ଆସିଥିବା ଶହ ଶହ କିନ୍ନରମାନେ ଯୋଗ ଦେଇଥିଲେ ।

ଅନ୍ୟପଟେ ଏହି ଶୋଭାଯାତ୍ରା ପ୍ରତ୍ୟକ ବର୍ଷ କରାଯାଉଥିବା ବେଳେ ଚଳିତ ବର୍ଷ ଯାଜପୁର ସହରରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିବା କହିଛନ୍ତି ଯାଜପୁର ଜିଲ୍ଲା କିନ୍ନର ସଂଘର ସଭାପତି । ସେପଟରେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା କିନ୍ନରମାନେ ଗଣେଶ ପ୍ୟାଲେସରେ ପହଞ୍ଚି ତାଙ୍କ ମାତାଙ୍କ ପୂଜା କରିଥିଲେ । କିନ୍ନର ସମ୍ପ୍ରଦାୟର ମାଆ ଓ ଭଉଣୀ ମାନେ ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଖୁବ ସୁନ୍ଦର ଭାବରେ ସଜେଇ ହୋଇ କଳସ ଶୋଭା ଯାତ୍ରାରେ ଲାଗିପଡ଼ିଥିଲେ ।

ଖୁବ ଧୁମଧାମରେ ନାଚ ଗୀତ କରି କିନ୍ନରମାନେ ମା’ଙ୍କ ପୂଜା କରିବା ପାଇଁ ପହଞ୍ଚିଥିଲେ । ଏହାପରେ ସମସ୍ତେ ମିଶି ଖୁବ ଶ୍ରଦ୍ଧାର ସହକାରେ ଅତି ଆଡମ୍ବରରେ ମା’ଙ୍କର ପୂଜାର୍ଚ୍ଚନା କରିଥିଲେ । ଏହି ପୂଜାକୁ ଖୁବ ନିଷ୍ଠାର ସହକାରେ ପାଳନ କରିଥିଲେ କିନ୍ନର ସମ୍ପ୍ରଦାୟର ମାଆ ଓ ଭଉଣୀ ମାନେ । ତେବେ ଦେଶର ମଙ୍ଗଳ କାମନା ପାଇଁ ଏହି ଶୋଭା ଯାତ୍ରା କରାଯାଉଛି ବୋଲି କହିଛନ୍ତି ଆସିଥିବା ଓଡ଼ିଶା କିନ୍ନର ମହାସଙ୍ଘର ସଭାପତି । ଏହି ପୂଜାକୁ ସଭିଏଁ ମିଶି ସାଙ୍ଗସାଥୀ ହୋଇ ଖୁବ୍ ଆନନ୍ଦର ସହକାରେ ପାଳନ କରିଥିଲେ ଏବଂ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.