ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି ।

କଣ୍ଟାବାଞ୍ଝି : ମୁରିବାହାଲ ଥାନା ଗଁରେଇ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଛି । ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବାରୁ  ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ମୁରିବାହାଲ ପୋଲିସ ।

ଅଟକ ସ୍ବାମୀ ହେଲେ ସନ୍ୟାସି ମଲ୍ଲିକ । ମୃତ ମହିଳାଙ୍କ ନା କୁନି ମଲ୍ଲିକ ବୋଲି ଜଣାପଡିଛି । ବିଭିନ୍ନ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଲହ ଲାଗିରହିଥିଲା । ଗତକାଲି ସ୍ୱାମୀ ବାହାରକୁ କାମ କରିବାକୁ ଯାଇଥିବା ସମୟରେ ଘର ଭିତରେ ଝୁଲିପଡ଼ିଥିଲେ ସ୍ତ୍ରୀ କୁନି । ବେକରେ ଏକ ଦାଗ ଥିବା ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଜଣାପଡ଼ିନାହିଁ ।  ଅନ୍ୟପଟେ ମୃତ ମହିଳାଙ୍କ ବାପ ଘର ଲୋକେ ମୁରିବାହାଲ ଥାନାରେ  ମାରି ଦିଆଯାଇଥିବା ନେଇ ଲଖିତ ଅଭିଯୋଗ କରିଛନ୍ତି । ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.