‘ବୋମାରେ ଉଡ଼ାଇ ଦେବୁ’…ଦିଲ୍ଲୀର DPS ସ୍କୁଲକୁ ମିଳିଲା ଧମକ
ଦିଲ୍ଲୀର ଆର୍କେ ପୁରମ୍ସ୍ଥିତ ଡିପିଏସ୍ ସ୍କୁଲକୁ ମିଳିଛି ବୋମା ଧମକ । ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ସ୍କୁଲର ପ୍ରିନ୍ସିପାଲ୍ଙ୍କୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି ।

ଦିଲ୍ଲୀର ଆର୍କେ ପୁରମ୍ସ୍ଥିତ ଡିପିଏସ୍ ସ୍କୁଲକୁ ମିଳିଛି ବୋମା ଧମକ । ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ସ୍କୁଲର ପ୍ରିନ୍ସିପାଲ୍ଙ୍କୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ମେଲ୍ ମିଳିବା ପରେ ପ୍ରିନ୍ସିପାଲ୍ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସେପଟେ ସ୍କୁଲକୁ ବୋମା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ତତ୍କ୍ଷଣାତ ସମସ୍ତ ପିଲାଙ୍କୁ ସ୍କୁଲରୁ ବାହାର କରିଦେଇଛି । ସମଗ୍ର ସ୍କୁଲ ପରିସରକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଏହା ସହିତ ଯେଉଁ ଇମେଲ୍ ଆଇଡିରୁ ଏହି ମେଲ୍ ପଠାଯାଇଛି, ତାହାର ଆଇପି ଠିକଣା ମଧ୍ୟ ଖୋଳତାଡ଼ କରୁଛି ପୋଲିସ ।
ପୋଲିସ ସୂଚନା ଅନୁସାରେ, ପରିସରରେ ୨ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଚାଲିଛି । ଗୋଟି ଗୋଟି କରି ସମସ୍ତ ଶ୍ରେଣୀଗୃହକୁ ଯାଞ୍ଚ କରାଯାଉଛି । ହେଲେ ଏ ପର୍ଯ୍ୟନ୍ତ ବୋମା ଭଳି କୌଣସି ସନ୍ଦିଗ୍ଧ ବସ୍ତୁ ସ୍କୁଲରୁ ଜବତ ହୋଇନାହିଁ । ପୋଲିସ କହିଛି ଯେ ଯିଏ ବି ଏଭଳି କାମ କରିଥିବ, ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।