Below header

ରୋହିତ ଏବଂ କୋହଲିଙ୍କୁ ପଛରେ ପକାଇ ଇତିହାସ ରଚିଲେ ଧୋନି, ଆଇପିଏଲରେ ଜିତିଲେ ୧୫୦ ତମ ମ୍ୟାଚ୍‌

ଧୋନି ଆଇପିଏଲ ଇତିହାସରେ ୧୫୦ ତମ ମ୍ୟାଚ ଜିତିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ବିରାଟ କୋହଲି କି ରୋହିତ ଶର୍ମା ଧୋନିଙ୍କ ରେକର୍ଡକୁ ଛୁଇଁପାରିନାହାନ୍ତି । ସେ ଚଳିତ ସିଜିନରେ ୭ଟି ମ୍ୟାଚ ଖେଳିସାରିଲେଣି । ହେଲେ ଧୋନିଙ୍କୁ କେହି ଆଉଟ କରିପାରିନାହାନ୍ତି ।

ଆଇପିଏଲ ୨୦୨୪ରେ ଇତିହାସ ରଚିଛନ୍ତି ମନ୍ଦେନ୍ଦ୍ର ସିଂ ଧୋନି । ଧୋନି ଆଇପିଏଲ ଇତିହାସରେ ୧୫୦ ତମ ମ୍ୟାଚ ଜିତିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ବିରାଟ କୋହଲି କି ରୋହିତ ଶର୍ମା ଧୋନିଙ୍କ ରେକର୍ଡକୁ ଛୁଇଁପାରିନାହାନ୍ତି । ଧୋନି ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପରକିଙ୍ଗସ ଏବଂ ସନରାଉଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଏହି ମ୍ୟାଚରେ ଧୋନି ୨ ବଲରେ ୫ ରନ କରିଥିଲେ । ଆଉ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଜିତି ଇତିହାସ ରଚିଛନ୍ତି ।

ଧୋନି ଚେନ୍ନାଇ ସୁପରକିଙ୍ଗସ ପାଇଁ ୧୩୫ ମ୍ୟାଚ ଏବଂ ରାଇଜିଂ ପୁନେ ସୁପର ଜିଆଣ୍ଟସ ପାଇଁ ୧୫ଟି ମ୍ୟାଚ ଜିତିଛନ୍ତି । ଚେନ୍ନାଇ ଟିମ୍‌ ୨୦୧୬ ଏବଂ ୨୦୧୭ରେ ବ୍ୟାନ ଥିଲା । ଏହି ସମୟରେ ଧୋନି ରାଇଜିଂ ପୁନେ ସୁପର ଜିଆଣ୍ଟସ ସହିତ ଖେଳିଥିଲେ ।

ସବୁଠାରୁ ଅଧିକ ମ୍ୟାଚ ଜିତିଥିବା ଖେଳାଳି:

ମହେନ୍ଦ୍ର ସିଂ ଧୋନି : ୧୫୦
ରବିନ୍ଦ୍ର ଜାଡେଜା: ୧୩୩
ରୋହିତ ଶର୍ମା : ୧୩୩
ଦିନେଶ କାର୍ତ୍ତିକ: ୧୨୫
ସୁରେଶ ରାଇନା: ୧୨୫

ଆଇପିଏଲ ୨୦୨୪ରେ ଧୋନିଙ୍କ ଓ୍ଵିକେଟ କୌଣସି ବୋଲର ନେଇପାରିନାହାନ୍ତି । ସେ ଚଳିତ ସିଜିନରେ ୭ଟି ମ୍ୟାଚ ଖେଳିସାରିଲେଣି । ହେଲେ ଧୋନିଙ୍କୁ କେହି ଆଉଟ କରିପାରିନାହାନ୍ତି । ସେ ୨୫୯.୪୬ ଷ୍ଟ୍ରାଇକ ରେଟରେ ୯୬ ରନ୍‌ କରିଛନ୍ତି । ଧୋନିଙ୍କ ସର୍ବାଧିକ ସ୍କୋର ୧୬ ବଲରେ ୩୬ ରନ୍‌ ରହିଛି ।

ସୂଚନାଯୋଗ୍ୟ, ଏବେ ପଏଣ୍ଟ ଟେବୁଲର ୩ନଂ ସ୍ଥାନରେ ରହିଛି ଚେନ୍ନାଇ ସୁପରକିଙ୍ଗସ । ପ୍ରଥମ ସ୍ଥାନରେ ରାଜସ୍ଥାନ, ଦ୍ୱିତୀୟରେ କୋଲକତା, ଚତୁର୍ଥରେ ରେ ସନରାଇଜର୍ସ ହାଇଦ୍ରାବାଦ ଟିମ ରହିଛି । ସେହିପରି ଲକ୍ଷ୍ନୌ ସୁପରଜିଆଣ୍ଟସ ୫ମ ସ୍ଥାନରେ, ଦିଲ୍ଲୀ କ୍ୟାପିଟାଲ୍ସ ୬ଷ୍ଠ ସ୍ଥାନରେ, ଗୁଜରାଟ ଟାଇଟନ୍ସ ୭ମ, ପଞ୍ଜାବ କିଙ୍ଗସ ୮ମ, ମୁମ୍ବାଇ ଇଣ୍ଡିଆନ୍ସ ୯ମ ଏବଂ ଆରସିବି ୧୦ମ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.