ସ୍ତ୍ରୀର ଧନ ଉପରେ ସ୍ୱାମୀର ବି ଅଧିକାର ନାହିଁ ! ସୁପ୍ରିମକୋର୍ଟ ଦେଲେ ଆଦେଶ
ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମହିଳାଙ୍କ ସ୍ତ୍ରୀଧନ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ଅଟେ । ଯାହାକୁ ସେ ନିଜ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି ।
ଏବେ ଲୋକସଭା ନିର୍ବାଚନକୁ ନେଇ ଗରମ ରହିଛି ମାହୋଲ । ଏହାର ମଧ୍ୟରେ ମଙ୍ଗଳସୁତ୍ରକୁ ନେଇ ଏକ ନୂଆ ବିତର୍କ ଚାଲିଛି । ଏହି ସମୟରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମହିଳାଙ୍କ ସ୍ତ୍ରୀଧନ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ଅଟେ । ଯାହାକୁ ସେ ନିଜ ଇଚ୍ଛା ଅନୁଯାୟୀ ଖର୍ଚ୍ଚ କରିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ମହିଳାଙ୍କ ସମ୍ପତ୍ତିରେ ସ୍ୱାମୀ କଦାପି ଅଂଶୀଦାର ହୋଇପାରିବେ ନାହିଁ । କିନ୍ତୁ ଜୀବନ ସଙ୍କଟ ସମୟରେ ସ୍ୱାମୀ ପତ୍ନୀଙ୍କ ଅନୁମତି କ୍ରମେ ଏହାକୁ ବ୍ୟବହାର କରିପାରିବେ ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚରେ ସମ୍ବିଧାନରର ଧାରା ୧୪୨ ଅଧୀନରେ ଏକ ମାମଲାରେ, ନିଜର ଶକ୍ତିକୁ ବ୍ୟବହାର କରି ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ସମସ୍ତ ଅଳଙ୍କାର ଛଡ଼ାଇନେବା ବିପକ୍ଷରେ ୨୫ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୀବନର ମୂଲ୍ୟ ବୃଦ୍ଧି, ସମାନତା ଏବଂ ନ୍ୟାୟକୁ ଦୃଷ୍ଟିରେ ରଖି ଆବେଦନକାରୀ ମହିଳାଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆବେଦନକାରୀ ମହିଳାଙ୍କ ବୟସ ଏବେ ୫୦ ବର୍ଷ ହେବ ।
ଏପ୍ରିଲ ୫, ୨୦୨୨ ରେ କେରଳ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବାତିଲ କରିଥିଲେ । ଯେଉଁଥିରେ ଛାଡପତ୍ରକୁ ମଞ୍ଜୁରୀ ଦେବା ସହିତ ସ୍ୱାମୀ ଏବଂ ଶାଶୁଙ୍କଠାରୁ ସୁନାର ମୂଲ୍ୟ ହିସାବରେ ୮ ଲକ୍ଷ ୯୦ ହଜାର ଟଙ୍କା ଫେରସ୍ତ କରିବା ଉପରେ ପରିବାର କୋର୍ଟଙ୍କ ୨୦୧୧ ର ଆଦେଶକୁ ବାତିଲ କରାଯାଇଥିଲା ।
ପ୍ରଥମ ରାତିରେ ଜଣେ ନବ ବିବାହିତା ମହିଳାଙ୍କୁ ସମସ୍ତ ସୁନା ଅଳଙ୍କାରରୁ ବଞ୍ଚିତ କରିବା ବିଶ୍ୱାସଯୋଗ୍ୟ ନୁହେଁ ବୋଲି ହାଇକୋର୍ଟଙ୍କ ଯୁକ୍ତିକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଥିଲେ । ଖଣ୍ଡପୀଠ କହିଥିଲେ ଯେ, ଲୋଭ ଏକ ବଡ କାରଣ, ଏହା ମଣିଷକୁ ଅତ୍ୟଧିକ ଜଘନ୍ୟ ଅପରାଧ କରିବାକୁ ପ୍ରେରିତ କରିଥାଏ ।
କହିବାକୁ ଗଲେ ପ୍ରକୃତରେ, ପତ୍ନୀ ଜଣକ ଅଭିଯୋଗ କରିଥିଲେ ଯେ ୨୦୦୩ରେ ବିବାହର ପ୍ରଥମ ରାତିରେ ତାଙ୍କ ସ୍ୱାମୀ ତାଙ୍କଠାରୁ ସମସ୍ତ ଗହଣା ନେଇ ଶାଶୁୁଙ୍କୁ ଦେଇ ଦେଇଥିଲେ । ଯଦିଓ ହାଇକୋର୍ଟ ୨୦୦୯ ରେ ଦାଖଲ ହୋଇଥିବା ଆବେଦନକୁ ନେଇ ମହିଳାଙ୍କ ଆନ୍ତରିକତା ଅଭାବକୁ ଦାୟୀ କରିଥିଲେ, ତଥାପି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଥିବା ସମ୍ପର୍କ ୨୦୦୬ ମସିହାରେ ଶେଷ ହୋଇଥିଲା ।
ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ ଯେ, ବିବାହ ସମ୍ବନ୍ଧୀୟ ମାମଲା ଗୁଡିକ ସାୟଦ କେବେ ସରଳ କିମ୍ବା ସହଜ ବୋଲି କୁହାଯାଇପାରେ । ସେଥିପାଇଁ ବିବାହ ଭଳି ପବିତ୍ର ବନ୍ଧନକୁ ଭାଙ୍ଗିବା ପୂର୍ବରୁ ଏକ ସମୟସୀମା ଅନୁସାରେ ମାନବୀୟ ପ୍ରତିକ୍ରୀୟା ବୋଲି କିଛିନଥାଏ, ଯାହାକୁ ନେଇ କିଛି ଆଶା କରିବା ।