ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି, ହାଇଦ୍ରାବାଦକୁ ୩୫ ରନରେ କଲା ଘାଇଲା

ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି। କ୍ରାମାଗତ ୬ ପରାଜୟ ପରେ ତାରକା ଖଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଏହି ଧାରାରେ ବ୍ରେକ ଲଗାଇଛି। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ ୩୫ ରନରେ ହରାଇଛି ଆରସିବି।

(କେନ୍ୟୁଜ): ପରାଜୟ ଧାରାରେ ବ୍ରେକ ଲଗାଇଲା ଆରସିବି । କ୍ରାମାଗତ ୬ ପରାଜୟ ପରେ ତାରକା ଖଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ଏହି ଧାରାରେ ବ୍ରେକ ଲଗାଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦକୁ ୩୫ ରନରେ ହରାଇଛି ଆରସିବି ।

ଅନ୍ୟପଟେ କ୍ରମାଗତ ୪ ବିଜୟ ପରେ ହାଇଦ୍ରାବାଦ ପ୍ରଥମ ପରାଜୟ ବରଣ କରିଛି । ମୋଟ ଉପରେ ହାଇଦ୍ରାବାଦ ଅଷ୍ଟମ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଥିବା ହେଳେ ଆରସିବି ନବମ ମ୍ୟାଚରୁ ଦ୍ବିତୀୟ ବିଜୟ ପାଇଛି । ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦୬ ରନ କରିଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୧ ରନ କରିଥିଲେ । ୨୦୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ ୧୭୧ ରନରେ ସୀମିତ ରହିଥିଲା ସନ ରାଇଜର୍ସ ହାଇଦ୍ରାବାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.