Below header

RRB ଟେକ୍ନିସିଆନ ନିଯୁକ୍ତି ୨୦୨୪ : ୯୦୦୦ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ

ରେଳବାଇ ନିଯୁକ୍ତି ବୋର୍ଡ (RRB) ଟେକ୍ନିସିଆନ ନିଯୁକ୍ତି ୨୦୨୪କୁ ନେଇ ପ୍ରକାଶ କରିଛି ବିଜ୍ଞପ୍ତି । ଟେକ୍ନିସିଆନ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଏହି ବିଜ୍ଞପ୍ତିକୁ ଆରଆରବି ର ଅଫିସିଆଲ୍ ୱେବସାଇଟରେ ଦେଖିପାରିବେ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପାଇଁ ପ୍ରାୟ ୯୦୦୦ ପୋଷ୍ଟ ରହିଛି ।

ଫେବୃଆରୀ ୨୦୨୪ ରେ ଏମ୍ପ୍ଲୟମେଣ୍ଟ୍ ବା ରୋଜଗାରକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଅନଲାଇନ୍ ଆବେଦନ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ୍ ୨୦୨୪ରେ ଶେଷ ହେବ । ତେବେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଅକ୍ଟୋବରରୁ ଡିସେମ୍ବର ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ତେବେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସର୍ଟଲିଷ୍ଟ ଫେବୃଆରୀ ୨୦୨୫ରେ ପ୍ରକାଶ ପାଇବ ।

ଜାନୁଆରୀ ୨୯ରେ, ଆରଆରବି ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଛି ଯେ ସେମାନେ ଟେକ୍ନିସିଆନ ନିଯୁକ୍ତି କରିବାକୁ ଯୋଜନା କରୁଛନ୍ତି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି, ଆରଆରବି ବର୍ତ୍ତମାନ ଅନ୍ୟ ଏକ କେନ୍ଦ୍ରୀୟ ନିଯୁକ୍ତିର ବିଜ୍ଞପ୍ତି (CEN) ରିଲିଜ୍ କୁ ନେଇ ଚୂଡ଼ାନ୍ତ ପ୍ରକ୍ରିୟାରେ ରହିଛି, କେବଳ ଖାଲି ଏହି ଟେକ୍ନିସିଆନ ନିଯୁକ୍ତି ଉଦ୍ଦେଶ୍ୟରେ ।

ତେବେ ଯଥାଶୀଘ୍ର ଏହି ବିଜ୍ଞପ୍ତି ପ୍ରକାଶ କରିବାକୁ ଯୋଜନା ରହିଛି । ତେବେ ଆଗ୍ରହୀ ପ୍ରାର୍ଥୀମାନେ ଏହି ଆଗାମୀ ବିଜ୍ଞପ୍ତି ସମ୍ବନ୍ଧରେ ଠିକ୍ ସମୟରେ ଜାଣିବେ ଏବଂ ଏହାର ଘୋଷଣା ପାଇଁ ଆରଆରବି ର ଅଫିସିଆଲ୍ ୱେବସାଇଟ୍ ଉପରେ ନିୟମିତ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.