Below header

ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ, ୩୨ବର୍ଷରେ କ୍ୟାନ୍ସରରେ ଆଖିବୁଜିଲେ

ପୁନମ୍ ପାଣ୍ଡେଙ୍କ ମୃତ୍ୟୁ । ଚକିତ ହୋଇଗଲେ ନା ? ଯିଏ ବି ଶୁଣୁଛି ପ୍ରଥମେ ସ୍ତବ୍ଧ ହୋଇଯାଉଛି କିଛି ସମୟ ପାଇଁ ।  ସବୁବେଳେ ବିବାଦରେ ଥିବା ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଖବର ମିଳିଛି । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଖୋଦ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି ।

ମୁମ୍ବାଇ : ପୁନମ୍ ପାଣ୍ଡେଙ୍କ ମୃତ୍ୟୁ । ଚକିତ ହୋଇଗଲେ ନା ? ଯିଏ ବି ଶୁଣୁଛି ପ୍ରଥମେ ସ୍ତବ୍ଧ ହୋଇଯାଉଛି କିଛି ସମୟ ପାଇଁ ।  ସବୁବେଳେ ବିବାଦରେ ଥିବା ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଖବର ମିଳିଛି । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଖୋଦ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ପୁନମଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ତେବେ ମୃତ୍ୟୁବେଳକୁ ପୁନମଙ୍କୁ ମାତ୍ର ୩୨ ବର୍ଷ  ହୋଇଥିଲା ।

ମୃତ୍ୟୁ ଖବର ପୁନମ୍ ପାଣ୍ଡେଙ୍କ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି:

ପୁନମ୍ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ପୋଷ୍ଟରେ ଲେଖା ଅଛି କି, ଆଜି ସକାଳ ଆମ ମାନଙ୍କ ପାଇଁ ଖୁବ୍ କଷ୍ଟ ଦାୟକ । ଆପଣଙ୍କୁ ଏହି ଖବର ଜଣାଇବା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ଯେ, ଗର୍ଭାଶୟ କ୍ୟାନ୍ସର ହେତୁ ଆମେ ଆମର ପ୍ରିୟ ପୁନମ୍ ପାଣ୍ଡେଙ୍କୁ ହରାଇଛୁ । ତାଙ୍କ ସହିତ ଯୋଗାଯୋଗରେ ଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଖୁବ୍ ଭଲପାଇବା ସହିତ ତାଙ୍କ ସହିତ ଭେଟିଥିଲେ । ତେବେ ଏହି ଦୁଃଖ ସମୟରେ, ଗୋପନୀୟତା ପାଇଁ ଅନୁରୋଧ କରିବୁ ବୋଲି ପୋଷ୍ଟରେ ଲେଖାରହିଛି ।

post

ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବରରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ :

ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ତାଙ୍କ PR ଟିମ୍ ଦ୍ୱାରା ନିଶ୍ଚିତ କରାଯାଇଛି । ତେବେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଜାଣିବା ପରେ ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରୁଛନ୍ତି ।

ପୁନମ୍ ପାଣ୍ଡେ କିଏ?

ପୁନମ୍ ପାଣ୍ଡେ ଜଣେ ଅତି ପ୍ରସିଦ୍ଧ ମଡେଲ୍ । ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଯେତେବେଳେ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରତିଶୃତି ଦେଇଥିଲେ ଯେ ଭାରତ ଯଦି ଫାଇନାଲ୍ ମ୍ୟାଚ୍ ଜିତେ ତେବେ ସେ ନିଜ କପଡା ଓହ୍ଲାଇ ଦେବେ । ଏହି ଦାବି ସହିତ ସେ ପ୍ରଥମ ଥର ପାଇଁ ବିବାଦ ଭିତରକୁ ଆସିଥିଲେ । ୱାର୍କ ଫ୍ରଣ୍ଟ ବିଷୟରେ କଥାବାର୍ତ୍ତା କଲେ ପୁନମ୍ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରାଣାଓ୍ୱତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା ।

ସାମ୍ ବମ୍ବେଙ୍କ ସହ ପୁନମଙ୍କ ବିବାହ ବିବାଦୀୟ ଥିଲା:

ସାମ୍ ବମ୍ବେଙ୍କୁ ବିବାହ କରିବା ପରେ ପୁନମ୍ ହେଡଲାଇନ୍ ରେ ରହିଥିଲେ । ଏହି ବିବାହ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ତଥାପି ସେମାନଙ୍କ ବିବାହ ତିଷ୍ଠି ରହିଲା ନାହିଁ । ୨୦୨୦ ରେ ବିବାହ ପରେ ସେ ତାଙ୍କ ସ୍ୱାମୀ ସାମ୍ ବମ୍ବେଙ୍କ ଉପରେ ଘରୋଇ ହିଂସା ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.