୪୫ ଟପିଲା ତାମମାତ୍ରା, ବୌଦ୍ଧ ଓ ବାରିପଦାରେ ରେକର୍ଡ ୪୫.୨ ଡିଗ୍ରୀ

୪୫ ଟପିଲା ତାମମାତ୍ରା । ବୌଦ୍ଧ ଓ ବାରିପଦାରେ ୪୫.୨ ଡିଗ୍ରୀ ଟପିଲା ପାରଦ । ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ ।

ଭୁବନେଶ୍ୱର : ୪୫ ଟପିଲା ତାମମାତ୍ରା । ବୌଦ୍ଧ ଓ ବାରିପଦାରେ ୪୫.୨ ଡିଗ୍ରୀ ଟପିଲା ପାରଦ । ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା। ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ ।

ଜଳୀୟବାସ୍ପପୂର୍ଣ୍ଣ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସହ ପ୍ରତିକ୍ରିୟା ହେତୁ ଆଜି ଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ନୟାଗଡ଼, ଅନୁଗୁଳ, ବୌଦ୍ଧ, କଟକ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ହିଟ୍ ୱେଭ କଣ୍ଡିସନ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.