ଏୟାର ଇଣ୍ଡିଆ ବିମାନକୁ ବିଳମ୍ବରେ ଉଡାଣ ଭରିବା ପଡିଲା ମହଙ୍ଗା, ଏବେ ଯାତ୍ରୀଙ୍କୁ ଦେବ ୨ ଲକ୍ଷ କ୍ଷତିପୂରଣ

ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (NCDRC) ସେହି ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି ।

ଏୟାର ଇଣ୍ଡିଆକୁ ବିଳମ୍ବରେ ଉଡାଣ ଭରିବା ମହଙ୍ଗା ପଡିଛି । ଏବେ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଏୟାର ଇଣ୍ଡିଆ । ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (NCDRC) ସେହି ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛି ।

ସୂଚନା ମୁତାବକ, ୨୦୦୩ ଡିସେମ୍ବର ୧୩ ତାରିଖରେ ଏନସିଡିଆସି ପାଖରେ ଚାରିଜଣ ଲୋକ ଏୟାର ଇଣ୍ଡିଆର ତିରୁଅନନ୍ତପୁରମରୁ ଚେନ୍ନାଇ, ଚେନ୍ନାଇରୁ କୋଲକତା ପରେ କୋଲକତାରୁ ଦିବ୍ରୁଗଡ ଯିବାକୁ ଚାରିଟି ଅଲଗା ଅଲଗା ଟିକେଟ କିଣିଥିଲେ । ତିରୁଅନନ୍ତପୁରମ-ଚେନ୍ନାଇ ଉଡାଣରେ ବିଳମ୍ବ ହୋଇଥିଲା, ଯେଉଁଥିପାଇଁ ଚେନ୍ନାଇରୁ କୋଲକତା ଏବଂ କୋଲକତାରୁ ଦିବ୍ରୁଗଡ ବିମାନ ମିସ୍‌ ହୋଇଯାଇଥିଲା । ସେହିପରି ବେଙ୍ଗାଲୁରୁରୁ କୋଲକତା ପାଇଁ ସକାଳ ୬ଟାରେ ବିମାନ ଉଡାଣ ଭରିବାର ଥିଲା କିନ୍ତୁ ଅଧରାତିରେ ଏହା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଏୟାରଲାଇନ୍ସରେ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ମଧ୍ୟ ଖରାପ କ୍ୱାଲିଟିର ରହିଥିଲା ।

ଏହା ପରେ ବ୍ୟକ୍ତି ଜଣକ ଜିଲ୍ଲା ଫୋରମରେ ଏୟାରଲାଇନ୍ସ ବିପକ୍ଷରେ ଅଭିଯୋଗ ଦାଏର କରିଥିଲେ । ୨୦୦୩ରେ ଏହି ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.