୧୦ ହଜାର ଟଙ୍କାରୁ ବି କମ୍‌ ଦାମରେ କିଣନ୍ତୁ ଏହି ଦମଦାର ସ୍ମାର୍ଟଫୋନ, ରହିଛି ବଢ଼ିଆ ଫିଚର୍ସ

ନୂଆ Redmi 13C 4G ସ୍ମାର୍ଟଫୋନର ସେଲ୍‌ ଆରମ୍ଭ ହୋଇଯାଇଛି । ଦାମ ବିଷୟରେ କହିବାକୁ ଗଲେ ୟୁଜରମାନେ ଏହି ଫୋନକୁ ୧୦,୦୦୦ ଟଙ୍କାରୁ ବି କମ୍ ଦାମରେ କିଣି ପାରିବେ । ଏହି ସ୍ମାର୍ଟଫୋନରେ କମ୍ପାନୀ ଏକ ଷ୍ଟାଇଲିସ୍ ଡିଜାଇନ୍ ଅଫର କରିଛି ।

ନୂଆ Redmi 13C 4G ସ୍ମାର୍ଟଫୋନର ସେଲ୍‌ ଆରମ୍ଭ ହୋଇଯାଇଛି । ଦାମ ବିଷୟରେ କହିବାକୁ ଗଲେ ୟୁଜରମାନେ ଏହି ଫୋନକୁ ୧୦,୦୦୦ ଟଙ୍କାରୁ ବି କମ୍ ଦାମରେ କିଣି ପାରିବେ । ଏହି ସ୍ମାର୍ଟଫୋନରେ କମ୍ପାନୀ ଏକ ଷ୍ଟାଇଲିସ୍ ଡିଜାଇନ୍ ଅଫର କରିଛି ଏବଂ ଏଥିରେ ଏକ ବଡ ବ୍ୟାଟେରୀ ମଧ୍ୟ ଇନଷ୍ଟଲ୍‌ କରାଯାଇଛି । ଯାହା ୟୁଜରଙ୍କୁ ଆକର୍ଷିତ କରିବ ।

Redmi 13C ସ୍ପେସିଫିକେସନ :
Redmi 13C ରେ ୬.୭୪ ଇଞ୍ଚର HD + ଡିସପ୍ଲେ ରହିଛି, ଯେଉଁଥିରେ ୬୦୦ x ୭୨୦ ପିକ୍ସେଲର ରିଜୋଲ୍ୟୁସନ୍ ଏବଂ ୯୦Hz ରିଫ୍ରେସ୍‌ ରେଟ୍‌ ଏବଂ ୪୫୦ ନିଟ୍ସ ପିକ୍‌ ବ୍ରାଇଟନେସ୍‌ ରହିଛି । ସ୍ମାର୍ଟଫୋନଟି ଅକ୍ଟା-କୋର ମିଡିଆଟେକ ହେଲିଓ G85 ଚିପସେଟ ଦ୍ୱାରା ଚାଲିଥାଏ । ଏହି ବଜେଟ୍ ସ୍ମାର୍ଟଫୋନ୍ ୮ ଜିବି ରାମ୍ ସହିତ ୮ ଜିବି ଭର୍ଚୁଆଲ୍ ରାମ୍ ଏବଂ ୨୫୬ ଜିବି UFS 2.2 ଷ୍ଟୋରେଜ୍ ସପୋର୍ଟ ସହିତ ଆସିଥାଏ । ଯାହା ମାଇକ୍ରୋ- SD କାର୍ଡ ସ୍ଲଟ୍ ଦ୍ୱାରା ୧TB ପର୍ଯ୍ୟନ୍ତ ବଢ଼ାଯାଇ ପାରିବ |

Redmi 13Cରେ ୫୦ MPର ପ୍ରାଇମେରୀ ସେନ୍ସର, ୨MPର ମାକ୍ରୋ ଲେନ୍ସ ଏବଂ ଅନ୍ୟ ୨ଟି MP ଲେନ୍ସ ସହିତ ଟ୍ରିପଲ୍‌ କ୍ୟାମେରା ସେଟଅପ୍‌ ରହିଛି । ୟୁଜର୍ସଙ୍କ ସେଲଫି ଏବଂ ଭିଡିଓ କଲିଂ ପାଇଁ ସ୍ମାର୍ଟଫୋନ୍ରେ ୫MPର ଫ୍ରଣ୍ଟ ଫେସିଙ୍ଗ କ୍ୟାମେରା ରହିଛି । ଏହି ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନରେ ୫୦୦୦mAh ବ୍ୟାଟେରୀ ରହିଛି ଯାହା ୧୮ W ଚାର୍ଜର ଦ୍ୱାରା ଶୀଘ୍ର ଚାର୍ଜ ହୋଇଥାଏ । କିନ୍ତୁ ଫୋନ୍ ବାକ୍ସରେ କେବଳ ୧୦W ଚାର୍ଜର ଆସିଥାଏ ।

ଭାରତୀୟ ବଜାରରେ Redmi 13C 5G ର ସେଲ ଆରମ୍ଭ ହୋଇଯାଇଛି । ଏହାକୁ Mi.com, Xiaomi ରିଟେଲ ଷ୍ଟୋର ଏବଂ ଆମାଜନ୍ ସାଇଟରୁ କିଣାଯାଇପାରିବ । Redmi 13C ର ୪GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୭,୯୯୯ ରହିଛି । ସେହିପରି ୬ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୮,୯୯୯ ରହିଛି ଏବଂ ୮ GB RAM / ୨୫୬ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୧୦,୪୯୯ ରହିଛି । ଏହା ବ୍ୟତୀତ ୟୁଜରମାନେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ କିମ୍ବା EMI ଟ୍ରାନଜାକ୍ସନ ବ୍ୟବହାର କରି ୧୦୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.