ବୋହୂର ଅଧିକାର ଦାବି: ୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା

୨୩ ଦିନ ହେଲା ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ବୋହୂ। ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ବଇଁଚା ଗାଁରୁ ଆସିଛି ଏପରି ଘଟଣା ।

ବାସୁଦେବପୁର (କେନ୍ୟୁଜ): ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ବଇଁଚା ଗାଁରୁ ଆସିଛି ଏପରି ଘଟଣା ।

୨୦୧୮ ମସିହାରେ ତିହିଡି ବ୍ଲକ ବୁଧପୁର ଗ୍ରାମର ସରୋଜ ବେହେରାଙ୍କ ଝିଅ ଦୀପାରାଣୀକୁ ପ୍ରେମ ବିବାହ କରିଥିଲେ। ପରେ ୨୦୨୧ ମସିହାରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହେଲେ ଅକ୍ଷୟର ପରିବାର ଏହି ପ୍ରେମ ବିବାହକୁ ସହଜରେ ଗ୍ରହଣ ନ କରିନଥିଲେ । ଏପରିକି ଯୌତୁକ ଦାବି କରିବା ସହିତ ଛୋଟ ଜାତିରେ ବିବାହ କରିଥିବାରୁ ନିଜ ପୁଅକୁ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିଲେ ।

ଏପିରିକି ଗତ ମାସ ୨୦ ତାରିଖରେ ଦୀପକୁ ଏକୁଟିଆ ପାଇଁ ରାତିରେ ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ । ଘଟଣା ସ୍ଥଳରେ ଗ୍ରାମବାସୀ ମାନେ ପହଁଞ୍ଚି ନର ରାକ୍ଷସ ଶଶୁର,ଶାଶୁ ଓ ନଣନ୍ଦ କବଳରୁ ବଞ୍ଚାଇ ନିକଟସ୍ଥ ଥାନାକୁ ଖବର ଦେବା ସହିତ ଗୁରୁତର ଦୀପାକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଥିଲେ । ହେଲେ କିଛି ଦିନ ପରେ ଦୀପା ସୁସ୍ଥ ହୋଇ ନିଜ ଶଶୁର ଘରକୁ ଫେରି ଦେଖନ୍ତିତ ଘରେ ତାଲା ପକାଇ କେଉଁ ଆଡେ ପଳାଇ ଯାଇଛନ୍ତି । ଏବେ ଦୀପା ଶଶୁର ଘରେ ବୋହୁ ପାଇଁ ନ୍ୟାୟ ଆଶାରେ ନିଜ ରୋଗିଣା କୁନି ପୁଅକୁ ଧରି ଭୋକ ଉପାଷରେ ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଶଶୁର ଘର ଲୋକ ବୋହୂ ବୋଲି ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ ଧାରଣାରେ ବସିବା ସହିତ ନ୍ୟାୟ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଜକୁ ପ୍ରାୟ ୨୩ ଦିନ ହେଲା ଶୀତ କାକରରେ ବସିଛନ୍ତି ଦୀପା । ଦେଢ ବର୍ଷର ଛୁଆକୁ ଧରି ବସିଛନ୍ତି ଦୀପା ।

ଅନ୍ୟ ପଟେ ଯାହାକୁ ପ୍ରେମ କରି ନିଜର ଜନ୍ମିତ ବାପା ମାକୁ ପରି ଚାଲି ଆସିଥିଲେ ସେହି ସ୍ୱାମୀ ଅକ୍ଷୟ କୁମାର ବେହେରା ଏବେ ହାତ ଛାଡିି କେଉଁ ଆଡେ ଚାଲିଯାଇଛନ୍ତି ବୋଲି ଦୀପା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.