ସଲମାନଙ୍କ ଘରେ ବାହାରେ ଗୁଳିମାଡ ମାମଲା: ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସଫଳତା, ମିଳିଲା ୨ଟି ବନ୍ଧୁକ

ସଲମାନଙ୍କ ଘରକୁ ଗୁଳିମାଡ ମାମଲାରେ ଗୁଜରାଟ ସୁରଟର ତାପି ନଦୀରୁ ବ୍ୟବହାର ହୋଇଥିବା ବନ୍ଧୁକକୁ ଜବତ କରାଯାଇଛି । ଏହି ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚକୁ ଗୋଟିଏ ବନ୍ଧୁକ ମିଳିଥିଲା । ଆଉ ଦ୍ୱିତୀୟ ବନ୍ଧୁକକୁ ଖୋଜୁଥିଲା କ୍ରାଇମବ୍ରାଞ୍ଚ । ତେବେ ଶେଷରେ ସର୍ଚ୍ଚ ଅପରେସନ ପରେ ସଫଳତା ମିଳିଛି ।

ସଲମାନ ଖାନଙ୍କ ଘରେ ବାହାରେ ହୋଇଥିବା ଗୁଳିମାଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ ସଫଳତା ମିଳିଛି । ଗୁଜରାଟ ସୁରଟର ତାପି ନଦୀରୁ ବ୍ୟବହାର ହୋଇଥିବା ବନ୍ଧୁକକୁ ଜବତ କରାଯାଇଛି । ପୋଲିସକୁ ବନ୍ଧୁକ ସହିତ ମାଗାଜିନ ମଧ୍ୟ ମିଳିଛି । ଏହି ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚକୁ ଗୋଟିଏ ବନ୍ଧୁକ ମିଳିଥିଲା । ଆଉ ଦ୍ୱିତୀୟ ବନ୍ଧୁକକୁ ଖୋଜୁଥିଲା କ୍ରାଇମବ୍ରାଞ୍ଚ । ତେବେ ଶେଷରେ ସର୍ଚ୍ଚ ଅପରେସନ ପରେ ସଫଳତା ମିଳିଛି ।

ଗତକାଲି କ୍ରାଇମବ୍ରାଞ୍ଚ ଖୁଲାସା କରିଥିଲା କି, ବାନ୍ଦ୍ରା ସ୍ଥିତ ଗାଲେକ୍ସି ଆପାର୍ଟମେଣ୍ଟରେ ୫୮ ବର୍ଷୀୟ ସଲମାନଙ୍କ ଘରେ ବାହାରେ ୧୦ ରାଉଣ୍ଡ ଗୁଳିମାଡ କରିବାକୁ ଆଦେଶ ଥିଲା । ସନ୍ଦିଗ୍ଧ ଜଣକ ପଚରାଉଚରାରୁ କହିଥିଲା କି, ଏହି ଘଟଣାକୁ ଘଟାଇବା ପରେ ତାପି ନଦୀରେ ବନ୍ଧୁକ ଫୋପାଡିଦେଇଛି ।

ଏହାପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ବିକ୍କି ଗୁପ୍ତାକୁ ସୁରଟର ତାପି ନଦୀକୁ ନେଇଯାଇଥିଲା । ସେଠାରୁ ବନ୍ଧୁକକୁ ଜବତ କରିଥିଲା ।

ସୂଚନାଯୋଗ୍ୟ, ଏପ୍ରିଲ ୧୪ରେ ସଲମାନଙ୍କ ଘର ବାହାରେ ଦୁଇ ବାଇକ ଆରୋହୀ ଗୁଳିମାଡ କରିଥଇଲେ । ଭାଇଜାନଙ୍କ ଘରେ ବାହାରେ ୨-୩ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଘଟଣାପରେ ସଲମାନଙ୍କ ପରିବାର, ବଲିଉଡ ଇଣ୍ଡଷ୍ଟ୍ରୀ, ଫ୍ୟାନ୍ସ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡିଯାଇଥିଲେ । ଏହି ଘଟଣଶକୁ ନେଇ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା । ପୋଲିସକୁ ଘଟଣା ସ୍ଥଳରୁ କିଛି ଦୂରରେ ବାଇକ ମିଳିଥିଲା । ଏହାର ୨ ଦିନ ପରେ ମୁମ୍ବାଇ ପୋଲିସ ୨ ବାଇକ ଆରୋହୀଙ୍କୁ ଗୁଜରାଟ କଚ୍ଛରୁ ଗିରଫ କରିଥିଲା ।

ସଲମାନଙ୍କ ଘର ବାହାରେ ଗୁଳିଚାଳନା ପୂର୍ବରୁ ଦୁହେଁ ଗତ ଏକ ମାସ ହେବ ମୁମ୍ବାଇ ନିକଟସ୍ଥ ପାନଭେଲ ଅଞ୍ଚଳର ଏକ ସୋସାଇଟିରେ ଭଡ଼ାରେ ରହୁଥିଲେ । ଏହି ଅଞ୍ଚଳରେ ସଲମାନଙ୍କ ଫାର୍ମହାଉସ ରହିଛି । ଦୁହେଁ ବଲିଉଡ ଷ୍ଟାରଙ୍କ ଘରେ ତଦାରଖ କରିବା ପରେ ଗୁଳିକାଣ୍ଡ ଘଟାଇଥିଲେ । ଫେବୃଆରୀ ୨୯, ୨୦୨୪ର ଏକ ସିସିଟିଭି ଫୁଟେଜ୍‌ରେ ସାମ୍ନାକୁ ଆସିଥିଲା, ଯାହାକି ହରିୟାଣାର ରୋହତକରେ ଏକ ଢାବାର ବୋଲି କୁହାଯାଉଥିଲା । ଏଥିରେ ବିଶାଲ ନାମକ ଜଣେ ଯୁବକ ନଜର ଆସିଥିଲା । ସିସିଟିଭିରେ ରେକର୍ଡ ହୋଇଥିବା ଘଟଣାରେ ସେ ଗୁଳି ଚଳାଇଥିବାର ନଜର ଆସିଥିଲେ । ବିଶାଲ ରାଜସ୍ଥାନର ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା । ରୋହିତ ଗୋଦାରା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.