ଖୋଲା ଆକାଶ ତଳେ ୨ ଘଣ୍ଟା ରହିଲେ ପ୍ରଖର ହେବ ଦୃଷ୍ଟି ଶକ୍ତି, ଜାଣନ୍ତୁ AIIMSର ଷ୍ଟଡି

ଏସି, କୁଲର୍ ଏବଂ ବନ୍ଦ ଘରେ ରହିବା ଯୋଗୁଁ ପିଲାମାନଙ୍କଠାରେ ଭିଟାମିନ୍ ଡି ର ବହୁତ ଅଭାବ ଦେଖାଯାଉଛି । ଏବେ ଦିଲ୍ଲୀର AIIMS ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ସୂର୍ଯ୍ୟକିରଣରେ ବାହାରକୁ ଯାଉ ନାହାଁନ୍ତି, ସେମାନଙ୍କ ଆଖିରେ ଏହାର ପ୍ରଭାବ ପଡ଼ୁଛି ।

ବର୍ତ୍ତମାନର ପିଲାମାନେ ମୋବାଇଲରେ ଗେମ୍‌ ଖେଳି ସମୟ ବିତାଉଛନ୍ତି । ଘର ବାହାରେ ଖେଳ ଖେଳିବାକୁ ପିଲାମାନେ ଇଚ୍ଛା କରୁ ନାହାନ୍ତି । ଯେଉଁଥିପାଇଁ ସେମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ହେଉଛି । ଏସି, କୁଲର୍ ଏବଂ ବନ୍ଦ ଘରେ ରହିବା ଯୋଗୁଁ ପିଲାମାନଙ୍କଠାରେ ଭିଟାମିନ୍ ଡି ର ବହୁତ ଅଭାବ ଦେଖାଯାଉଛି । ଏବେ ଦିଲ୍ଲୀର AIIMS ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଯେଉଁ ପିଲାମାନେ ସୂର୍ଯ୍ୟକିରଣରେ ବାହାରକୁ ଯାଉ ନାହାଁନ୍ତି, ସେମାନଙ୍କ ଆଖିରେ ଏହାର ପ୍ରଭାବ ପଡ଼ୁଛି । ରିପୋର୍ଟରେ କୁହାଯାଇଛି ଯେ ପ୍ରତିଦିନ ସୂର୍ଯ୍ୟ କିରଣରେ ୨ ଘଣ୍ଟା ବିତାଇବା ଏବଂ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଦୃଷ୍ଟି ଶକ୍ତି ଦୁର୍ବଳ ହେବାର ଆଶଙ୍କା କମିଯାଏ ।

AIIMS ର ଚକ୍ଷୁ ବିଭାଗ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ମହାମାରୀ ପରେ ପିଲାମାନଙ୍କ ଆଖିରେ ପ୍ରୋଗ୍ରେସିଭ୍‌ ମାୟୋପିୟା ରୋଗ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି ଶିଶୁ ଚକ୍ଷୁ ବିଭାଗର ଡାକ୍ତରଙ୍କ ଏକ ଟିମ୍ ଦିଲ୍ଲୀର ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କ ଉପରେ ଏକ ଅନୁସନ୍ଧାନ କରିଥିଲେ । ଏହି ଅନୁସନ୍ଧାନରେ ୨୨ ଟି ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ପିଲାମାନେ ସାମିଲ ହୋଇଥିଲେ ଏବଂ ସେମାନଙ୍କୁ ୨ଟି ଗ୍ରୁପରେ ଭାଗ କରାଯାଇଥିଲା ।

ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ଉପରେ ଏହି ଅନୁସନ୍ଧାନ କରାଯାଇଥିଲା । ଏହି ସମୟରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ଆଖିରେ ପରିବର୍ତ୍ତନ ମଧ୍ୟ ଦେଖାଯାଇଥିଲା । ପ୍ରାୟ ୩ ବର୍ଷ ପରେ ପିଲାମାନଙ୍କର ଆଖି ଏବଂ ସ୍ୱାସ୍ଥ୍ୟକୁ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ପିଲାମାନଙ୍କ ଦୃଷ୍ଟି ଶକ୍ତିରେ ପରିବର୍ତ୍ତନ ହୋଇଥିବା ଜଣା ପଡ଼ିଥିଲା ।

ଅନୁସନ୍ଧାନରେ ଜଡିତ ଥିବା AIIMS ର ଡାକ୍ତର ରୋହିତ ସକ୍ସେନାଙ୍କ କହିବା ଅନୁଯାୟୀ ସୂର୍ଯ୍ୟ କିରଣରେ ରହୁଥିବା ପିଲାମାନଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହେବାର ଆଶଙ୍କା କମିଯାଏ । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଚକ୍ଷୁ ରୋଗ ଏବଂ ଦୃଷ୍ଟି ଶକ୍ତି ଦୁର୍ବଳତାକୁ ଏଡ଼ାଇ ହେବ । ଯଦି ଶିଶୁର କୌଣସି ଦୃଷ୍ଟି ଶକ୍ତି ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ଏହା କମ ହୋଇପାରିବ ।

ପିଲାମାନଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ନହେବା ପାଇଁ ସେମାନଙ୍କୁ ପ୍ରତିବର୍ଷ ଆଖି ପରୀକ୍ଷା କରିବା ଜରୁରୀ । ପିଲାମାନଙ୍କୁ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଦିଅନ୍ତୁ । ପିଲାମାନଙ୍କୁ ପ୍ରତିଦିନ ଅଳ୍ପ ସମୟ ପାଇଁ ଖରା ସଂସ୍ପର୍ଶରେ ରହିବାକୁ ଦିଅନ୍ତୁ । ପିଲାମାନଙ୍କୁ କମ୍‌ ଆଲୋକରେ ପଢ଼ାନ୍ତୁ ନାହିଁ ଏବଂ ବହିକୁ ଅଧିକ ଦୂରରେ କିମ୍ବା ପାଖରେ ରଖି ପଢ଼ାନ୍ତୁ ନାହିଁ । ପଢ଼ିବା ସମୟରେ ପିଲାମାନେ ପ୍ରତି ଅଧ ଘଣ୍ଟାରେ ଆଖିକୁ ଆରାମ ଦେବେ । ଏହା ବ୍ୟତୀତ ପିଲାମାନଙ୍କୁ ଫୋନ୍ ଏବଂ ଟିଭିର ବ୍ୟବହାର କମ୍‌ କରିବାକୁ କୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.