Below header

ସୁରଭି କାର୍ଯ୍ୟକ୍ରମରେ ମନ ମୋହିଲା ଘରୋଇ ଉପକରଣ

ଆଜିର ତଥା ଆଗାମୀ ଯୁବ ପିଢ଼ି ପାଇଁ ମଧ୍ୟ ଏହା ଜାଣିବା ଭଳି କଥା l ସେଦିନ ନଅ ନମ୍ବର ଉଚ୍ଚ ବିଦ୍ୟାଳୟ ରେ ସରକାରଙ୍କ ପକ୍ଷରୁ ଚାଲି ଥାଏ ସୁରଭି କାର୍ଯ୍ୟକ୍ରମ l ବେଶ ଉତ୍ସବ ମୁଖର ଥାଏ ନଅ ନଅ ନମ୍ବର ଉଚ୍ଚବିଦ୍ୟାଳୟ ପଡିଆ l ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣେ ଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଆସି ସେଠାରେ ହେଉଥିବା ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି l ବିଜ୍ଞାନ ମେଳା ତଥା କିଛି ଜାଣିଲା ଶିଖିବା ଭଳି କାର୍ଯ୍ୟକ୍ରମ ସବୁ ପର୍ଯ୍ୟବେଶିତ ହୋଇଥାଏ l ଏସବୁ ତ ଠିକ ଅଛି କିନ୍ତୁ ସେହି ଭିତରେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ ଯାହାକି ଜଣେ ଡକ୍ଟର ପ୍ରାଫେସର ଏମିତି କିଛି ଜାଣିବା କଥା ପ୍ରଦର୍ଶିତ କରିଛନ୍ତି ଦେଖିଲେ ଖୁସିରେ ସୀମା ରହିବନି l

ଆଧୁନିକତାର ବଶବର୍ତ୍ତୀ ହୋଇ ମଣିଷ ଧିରେ ଧିରେ ପାଶ୍ଚାତ୍ୟ ସଭ୍ୟତାରୁ ବାହାରି ଟେକ୍ନୋଲୋଜି ଆଡ଼କୁ ଅଗ୍ରସର ହେଉଛନ୍ତି । କିନ୍ତୁ ପୂର୍ବରୁ ଆମ ପୂର୍ବଜ ମାନଙ୍କର ଜୀବନ ଶୈଳୀ କିପରି ଥିଲା ଆଉ ସେମାନେ କିଭଳି ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ ତାହା ଜାଣିବାକୁ ବେଳେ ବେଳେ ଇଛା ହୁଏ । ଆମେ ଆଜି ଯେଉଁଠି ପହଁଚିଲେ ବି ଆମେ ଭୂଲି ନାହାନ୍ତି ପୁରୁଣା ସଂସ୍କୃତି, ପରମ୍ପରା ରେ ବ୍ୟବହାର କରାଯାଉଥିବା ଉପକରଣ ଗୁଡିକ l କିନ୍ତୁ ଆଉ ଗୋଟିଏ କଥା ଆମେ ଜାଣି ନାହାନ୍ତି ଆମର ପୂର୍ବଜ ମାନେ କଣ ସବୁ ଉପକରଣ ଚାଷ କାର୍ଯ୍ୟ ଠାରୁନେଇ ବିବାହ କାର୍ଯ୍ୟ ପାଇଁ ବ୍ୟବହାର କରୁଥିଲେ l ଆଉ କଣ ସବୁ ଘରୋଇ ଉପକରଣ ହଉ ଅବା ମାଛ ଧରା କିମ୍ବା ଯାହା ସବୁ ଅଛି ସେଥିପାଇଁ କଣ କେଉଁଥିରେ ବ୍ୟବହାର ହେଉଥିଲା l ଅନେକ ଉପକରଣ ଅଛି ଯାହା ଘରୋଇ କାର୍ଯ୍ୟରେ ବ୍ୟବହାର ହେଉଥିଲା l ଅନେକ ଉପକରଣ ଅଛି ତାହାର ନା ମଧ୍ୟ ଜାଣି ନଥିବା କି ବ୍ୟବହାର ମଧ୍ୟ କେଉଁ କାମରେ ହୁଏ ସେ ବିଷୟରେ ଆମେ ଅବଗତ ନାହାଁନ୍ତି । ଆଜି ଆମେ ଆପଣମାନଙ୍କୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଆପଣଙ୍କ ପୂର୍ବଜଙ୍କ କଥା ମନେ ପକାଇବେ ।

ଆଜିର ତଥା ଆଗାମୀ ଯୁବ ପିଢ଼ି ପାଇଁ ମଧ୍ୟ ଏହା ଜାଣିବା ଭଳି କଥା l ସେଦିନ ନଅ ନମ୍ବର ଉଚ୍ଚ ବିଦ୍ୟାଳୟ ରେ ସରକାରଙ୍କ ପକ୍ଷରୁ ଚାଲି ଥାଏ ସୁରଭି କାର୍ଯ୍ୟକ୍ରମ l ବେଶ ଉତ୍ସବ ମୁଖର ଥାଏ ନଅ ନଅ ନମ୍ବର ଉଚ୍ଚବିଦ୍ୟାଳୟ ପଡିଆ l ରାଜ୍ୟର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣେ ଥିବା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଆସି ସେଠାରେ ହେଉଥିବା ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି l ବିଜ୍ଞାନ ମେଳା ତଥା କିଛି ଜାଣିଲା ଶିଖିବା ଭଳି କାର୍ଯ୍ୟକ୍ରମ ସବୁ ପର୍ଯ୍ୟବେଶିତ ହୋଇଥାଏ l ଏସବୁ ତ ଠିକ ଅଛି କିନ୍ତୁ ସେହି ଭିତରେ ଦେଖିବାକୁ ମିଳିଥିଲା କିଛି ନିଆରା ଦୃଶ୍ୟ ଯାହାକି ଜଣେ ଡକ୍ଟର ପ୍ରାଫେସର ଏମିତି କିଛି ଜାଣିବା କଥା ପ୍ରଦର୍ଶିତ କରିଛନ୍ତି ଦେଖିଲେ ଖୁସିରେ ସୀମା ରହିବନି l ପ୍ରଥମେ ଉପକରଣ ଗୁଡିକ ଦେଖି ନିଅନ୍ତୁ l ଆଉ କୁହନ୍ତୁ ତ ଦେଖି କେଉଁଟି ଆପଣଙ୍କ ସମୟରେ ଆଉ କେଉଁଟି ଆପଣଙ୍କ ପୂର୍ବଜ ସମୟରେ ବ୍ୟବହାର ହେଉଥିଲା l ଯେଉଁଟି କି ଆପଣ ଜାଣି ଛନ୍ତି ଆଉ କେଉଁଟି ଆପଣଙ୍କ ଅଗୋଚର l ତେଣୁ ଏସବୁ ପ୍ରଦର୍ଶନୀ ଆଣି ଛନ୍ତି ଡକ୍ତର ପ୍ରଫେସର ଅଜୟ ମିଶ୍ର ଯିଏ କି ଏକାଧାରାରେ ଜଣେ ଲେଖକ, ଗାଳ୍ପିକ, ସଂଳାପକ l

ଏମିତି କେତେ କଣ ଜ୍ଞାନର ଅଧିକାରୀ l ଡକ୍ଟର ଅଜୟ ମିଶ୍ର ଙ୍କ ପାଇଁ ଯେତେ କହିବା ସବୁ କମ ପଡିବ ସେ ଯେଉଁ ଅଗାଧ ଜ୍ଞାନ ଗାରିମା ର ଅଧିକାରୀ l ତେବେ ସେହି ଡକ୍ଟର ଅଜୟ ମିଶ୍ର ଏମିତି କିଛି ସୁନ୍ଦର କାମ କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି ଆଉ ତାଙ୍କ ପାଇଁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛି l ଖାଲି ସେତିକି ନୁହେଁ ସେ କାରୁ କାର୍ଯ୍ୟ ଦେଖିବା ପାଇଁ ଅନେକଙ୍କ ଭିଡ଼ ମଧ୍ୟ ଲାଗେ l ତେବେଏସବୁ ଜିନିଷ ହେଉଛି ବିଗତ ଅତୀତରେଆମର ପୂର୍ବଜ ବ୍ୟବହାର କରୁଥିବା ଉପକରଣର ନମୁନାକୁ ତିଆରି କରିଛନ୍ତି l ସେଗୁଡିକ ଦେଖିବାକୁ ଅବିକଳ ଆମର ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଓ ଉପକରଣ ଭଳି l ଦିନ ଦିନ ଧରି ବସି ଏଗୁଡିକ ତିଆରି କରି ଏଥିରେ ପେନସନ ଟଙ୍କଆରୁ ଏସବୁ ତିଆରି l ବିଭିନ୍ନ ପ୍ରକାର ଉପକରଣ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l କେଉଁଟି ଆଗରୁ ବ୍ୟବହାର୍ଯ୍ୟ ସିନ୍ଧୁକ କେଉଁଟି ତେଣ୍ଡା, ଅନ୍ୟଟି କୂଅ ତ ଆଉ ପୁଣି ମାଛଧରିବା ଉପକରଣ l ଯାହାଦେଖିଲେ ସେଗୁଡିକ ଆଗକାଳରେ ବ୍ୟବହାର ହେଉଥିଲା l ଆଗରୁ କେମିତି ପାଲିଙ୍କି ରେ ବସି ବହୂ ଶାଶୁ ଘରକୁ ଆସୁଥିଲା ବାହାହେବା ହେଲା ପରେ l କେଉଁଟି ଲଙ୍ଗଳ କେଉଁଟି ଢ଼ିଙ୍କି, ଅନ୍ୟଟି ପୁଣି ବିଞ୍ଚଣା ଏହିଭଳି ଅନେକ ଉପକରଣ ଯାହା ଭବିଷ୍ୟତ ରେ ଲୋପ ପାଇଗଲେ ଆମର ଆଗାମୀ ପିଢ଼ି କେମିତି ଜାଣିବେ କି ଆମ ପୂର୍ବଜ କଣ ସବୁ ବ୍ୟବହାର କରି ଜୀବନ ଯାପନ କରୁଥିଲେ ବୋଲି l ବାସ୍ତବିକ ଡକ୍ତର ଅଜୟ ମିଶ୍ରଙ୍କ ଏଭଳି ପ୍ରୟାସକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା l ତାସହିତ ସେ ଏକ ରାଜ୍ୟ ସ୍ତରୀୟ ମୁଜିୟମ କରି ଏସବୁ ଉପକରଣର ବଡ ପ୍ରଦର୍ଶନୀ ହାଟ ଟିଏ କରିବାକୁ ଅନେକ ଆଶାବାଦୀ ଅଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.