ଜମି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ, ଅଭିଯୁକ୍ତ ମାଲିକ ଗିରଫ

୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ଅଭିଯୁକ୍ତ ଜମି ମାଲିକ ଦୁର୍ଗାଚରଣ ପ୍ରଧାନ ଗିରଫ ହୋଇଛି। ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ ।

ଭୁବନେଶ୍ୱର (କେନ୍ୟୁଜ): ଠକି ହୋଇଗଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି । ସେ ଡ଼ିଜି କାର୍ଯ୍ୟାଳୟରେ ଚାକିରି କରନ୍ତି । ଅଭିଯୁକ୍ତ ଜମି ମାଲିକ ଦୁର୍ଗାଚରଣ ପ୍ରଧାନ ଗିରଫ ହୋଇଛି।

ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ବିଭୂତି ଭୂଷଣ ରାଉତ ଜମି ଠକେଇ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଜଟଣୀ ନିକଟରେ ଜମି ଦେବାକୁ ଦୁର୍ଗାଚରଣ କହିଥିଲେ । ଆଡ଼ଭାନ୍ସ ବାବଦକୁ ୨୦ ଲକ୍ଷ ଟଙ୍କା ଦେଇଥିଲେ ବିଭୁତି ଭୂଷଣ । କାଗଜପତ୍ର ଦେଖି ଜଟଣୀ ସବ୍‌ରେଜିଷ୍ଟ୍ରି ଅଫିସରେ ରେଜିଷ୍ଟ୍ରି କରିଥିଲେ । ଏ ନେଇ ଏସିପି ଜୋନ୍ ୩ ପ୍ରଦୀପ ରାଉତ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.