ମଧ୍ୟ ପ୍ରଦେଶ: ସମର୍ଥକଙ୍କ ଠେଲାପେଲାରେ ଡେପୁଟି ସିଏମ୍‌ ରାଜେନ୍ଦ୍ର ଶୁକ୍ଳା ଆହତ

ମଧ୍ୟ ପ୍ରଦେଶର ନବନିଯୁକ୍ତ ଡେପୁଟି ସିଏମ୍‌ ରାଜେନ୍ଦ୍ର ଶୁକ୍ଳା ଆହତ ହୋଇଛନ୍ତି। କୁହାଯାଉଛି ଯେ ସମର୍ଥକଙ୍କ ମଧ୍ୟରେ ହୋଇଥିବା ଠେଲାପେଲାରେ ତାଙ୍କୁ ଆଘାତ ଲାଗିଛି।

ମଧ୍ୟ ପ୍ରଦେଶର ନବନିଯୁକ୍ତ ଡେପୁଟି ସିଏମ୍‌ ରାଜେନ୍ଦ୍ର ଶୁକ୍ଳା ଆହତ ହୋଇଛନ୍ତି। କୁହାଯାଉଛି ଯେ ସମର୍ଥକଙ୍କ ମଧ୍ୟରେ ହୋଇଥିବା ଠେଲାପେଲାରେ ତାଙ୍କୁ ଆଘାତ ଲାଗିଛି। ସୂଚନା ଅନୁସାରେ, ଶୁକ୍ଳାଙ୍କ ଘରେ ତାଙ୍କ ସମର୍ଥକମାନେ ଭିଡ଼ ଜମାଇଥିଲେ। ସେମାନେ ଡେପୁଟି ସିଏମ୍‌ଙ୍କୁ ମାଳା ପିନ୍ଧାଇ ଶୁଭେଚ୍ଛା ଜଣାଇବାକୁ ଚାହୁଁଥିଲେ। ହେଲେ ଏହାରି ଭିତରେ ପ୍ରବଳ ଠେଲାପେଲା ହୋଇଥିଲା, ଯେଉଁଥିରେ ଶୁକ୍ଳାଙ୍କ କାନ୍ଧରେ ଆଘାତ ଲାଗିଥିବା ସୂଚନା ରହିଛି। ବର୍ତ୍ତମାନ ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଛି।

ମିଳିଥିବା ସୂଚନା ମୁତାବକ, ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ସହ ଦୁଇ ଡେପୁଟି ସିଏମ୍‌ଙ୍କର ବୁଧବାର ଶପଥ ଗ୍ରହଣ ସମାରୋହ ଥିଲା। ରାଜେନ୍ଦ୍ର ଶୁକ୍ଳା ଶପଥ ଗ୍ରହଣ ପୂର୍ବରୁ ନିଜ ସମର୍ଥକମାନଙ୍କ ଗହଣରେ ଥିଲେ। ଲୋକେ ଖୁସିରେ ତାଙ୍କୁ ସ୍ୱାଗତ କରୁଥିଲେ। ସ୍ୱାଗତ ସମୟରେ ତାଙ୍କୁ ଫୁଲମାଳା ପିନ୍ଧାଯାଉଥିଲା। ଏହାରି ଭିତରେ ହଠାତ୍‌ ଠେଲାପେଲା ଆରମ୍ଭ ହୋଇଯାଇଥିଲା। କୁହାଯାଉଛି ଯେ ଏହି ଠେଲାପେଲାରେ ଶୁକ୍ଳାଙ୍କ କାନ୍ଧରେ ଆଘାତ ଲାଗିଥିଲା

କହି ରଖୁଛୁ, ରାଜେନ୍ଦ୍ର ଶୁକ୍ଳା ଜଣେ ଇଞ୍ଜିନିୟର ଏବଂ ସେ ରିଭାର ବାସିନ୍ଦା। ସେ ନିଜ ରାଜନୈତିକ କ୍ୟାରିୟର ଛାତ୍ର ସଂଘରୁ ଆରମ୍ଭ କରିଥିଲେ। ୧୯୮୬ରେ ସେ ସରକାରୀ ଇଞ୍ଜିନିୟରିଂ କଲେଜରେ ଛାତ୍ର ସଂଘର ଅଧ୍ୟକ୍ଷ ଥିଲେ ଏବଂ ୧୯୯୮ରେ ରିଭାରୁ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.