ବିମାନରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌, ଉଦୟପୁରରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

Air India ବିମାନରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌। ଏଥିଯୋଗୁ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଫଳରେ ବିମାନର ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା।

Air India ବିମାନରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌। ଏଥିଯୋଗୁ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଫଳରେ ବିମାନର ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା। ଘଟଣା ରାଜସ୍ଥାନର ଉଦୟପୁରରୁ ଆସିଛି। ବିମାନଟି ଉଦୟପୁରରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରୁଥିଲା।

ମିଳିଥିବା ସୂଚନା ମୁତାବକ, ଏହି ଘଟଣାକୁ ନେଇ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ। ଉଦୟପୁରର ଡବୋକ୍‌ ବିମାନବନ୍ଦରରେ ବିମାନଟି ଜରୁରୀ ଅବତରଣ କରିବା ପରେ ୩-୪ ଜଣ ଯାତ୍ରୀ ଓହ୍ଲାଇ ଆସିଥିଲେ ଏବଂ ସେମାନେ ପୁନର୍ବାର ଯିବାକୁ ମନା କରିଦେଇଥିଲେ।

କିନ୍ତୁ ପରେ ପାଖାପାଖି ଦେଢ଼ ଘଣ୍ଟାର ଯାଞ୍ଚ ପରେ ବିମାନ ପୁଣିଥରେ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା। ଖବର ଅନୁସାରେ, ଏହି ମୋବାଇଲ୍‌ ବିସ୍ଫୋରଣ ଘଟଣା ଏୟାର ଇଣ୍ଡିଆର ବିମାନ ନଂ. ୪୭୦ର ବୋଲି କୁହାଯାଉଛି। ଏଥିରେ ପାଖାପାଖି ୧୪୦ ଜଣ ଯାତ୍ରୀ ଥିଲେ।

ଉଡ଼ାଣ ଭରିବାର ପ୍ରାୟ ୧୦ ମିନିଟ୍‌ ପରେ ଦିନ ଗୋଟାଏରେ ବିମାନ ଭିତରେ ମୋବାଇଲ୍‌ ବିସ୍ଫୋରଣ ହୋଇଥିଲା। ବ୍ୟାଟେରୀ ଫାଟିବାର ଶବ୍ଦ ଶୁଣି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।

ପରିସ୍ଥିତିକୁ ଦେଖି ପାଇଲଟ୍‌ ବିମାନର ଜରୁରୀ ଅବତରଣ ପାଇଁ ଉଦୟପୁର ଏଟିଏସରୁ ଅନୁମତି ମାଗିଥିଲେ। ଘଟଣାର ଗମ୍ଭୀରତା ଦେଖି ବିମାନକୁ ତୁରନ୍ତ ଉଦୟପୁର ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ବିମାନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.