Below header

ମା’ କାଳୀଙ୍କ ଅଭିନୟରେ ମଜିଗଲା ନାବାଳକ, ସତରେ କାଟିଦେଲା ରାକ୍ଷସ ଭୂମିକାରେ ଥିବା ନାବାଳକର ତଣ୍ଟି

କାନପୁରର ବିଲହାଉର ଅନ୍ତର୍ଗତ ବାମଭିୟାନପୁର ଗାଁରେ ରହୁଥିବା ସୁବାଷ ସୈନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭାଗବତ କଥା କାର୍ଯ୍ୟକ୍ରମ ଚାଲିଥିଲା । କାର୍ଯ୍ୟକ୍ରମ ବେଳେ ଗୋଟିଏ ଶୋଭାଯାତ୍ରା ବାହାରି ଥିଲା ଓ ଏଥିରେ ଛୋଟ ପିଲମାନେ ଭଗବତ କଥାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ । ଏହି ସମୟରେ ମା’ କାଳୀଙ୍କ ଭୂମିକାରେ ଥିବା ୧୪ ବର୍ଷ ବୟସର ପିଲାଟି ରାକ୍ଷାସ ଭୂମିକାରେ ଥିବା ୧୧ ବର୍ଷର ପିଲାର ବେକରେ ଛୁରୀ ଲଗାଇଥିଲା ।

ଉତ୍ତରପ୍ରଦେଶ କାନପୁରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ନାଟକରେ ମା’ କାଳୀଙ୍କ ଭୂମିକାରେ ଅଭିନୟ କରିଥିବା ବାଳକ ଆଉ ଜଣେ ୧୧ ବର୍ଷୀୟ ନାବାଳକର ତଣ୍ଟି କାଟିଦେଇଛି । ପିଲାଟିକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୪ ବର୍ଷର ଅଭିଯୁକ୍ତ ଓ ଆଉ ୨ ଜଣ ଛୋଟ ପିଲାଙ୍କୁ ଜେରା ପାଇଁ ଥାନାରେ ଅଟକ ରଖିଛି ।

ଖବର ମୁତାବକ, କାନପୁରର ବିଲହାଉର ଅନ୍ତର୍ଗତ ବାମଭିୟାନପୁର ଗାଁରେ ରହୁଥିବା ସୁବାଷ ସୈନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭାଗବତ କଥା କାର୍ଯ୍ୟକ୍ରମ ଚାଲିଥିଲା । କାର୍ଯ୍ୟକ୍ରମ ବେଳେ ଗୋଟିଏ ଶୋଭାଯାତ୍ରା ବାହାରି ଥିଲା ଓ ଏଥିରେ ଛୋଟ ପିଲମାନେ ଭଗବତ କଥାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ । ଏହି ସମୟରେ ମା’ କାଳୀଙ୍କ ଭୂମିକାରେ ଥିବା ୧୪ ବର୍ଷ ବୟସର ପିଲାଟି ରାକ୍ଷାସ ଭୂମିକାରେ ଥିବା ୧୧ ବର୍ଷର ପିଲାର ବେକରେ ଛୁରୀ ଲଗାଇଥିଲା । ଅଭିନୟରେ ସେ ଏତେ ମାତ୍ରାରେ ହଜି ଯାଇଥିଲା ଯେ ସେ ୧୧ ବର୍ଷର ପିଲାଟିର ତଣ୍ଟିକୁ କାଟି ଦେଇଥିଲା ।

ବେକ କଟି ଯିବାରୁ ୧୧ ବର୍ଷର ପିଲାଟି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ହସ୍ପିଟାଲ ନେଇଥିଲେ । ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ନାଟକରେ ତ୍ରିଶୂଳ ବ୍ୟବହାର କରିବା ପାଇଁ କୁହାଯାଇଥିଲା, କିନ୍ତୁ ତ୍ରିଶୂଳ ନ ମିଳିବାରୁ ପିଲାଟି ଏକ ଧାରୁଆ ଛୁରୀ ନେଇଆସିଥିଲା । ଛୁରୀକୁ କେବଳ ପ୍ରତିକାତ୍ମକ ଭାବେ ରାକ୍ଷାସ ଭୂମିକାରେ ଥିବା ପିଲାଟିର ବେକରେ ଲଗାଇବାକୁ କୁହାଯାଇଥିଲା । ହେଲେ ସେ ସତରେ ୧୧ ବର୍ଷର ପିଲାଟିର ତଣ୍ଟି କାଟି ଦେଇଥିଲା ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୧ ବର୍ଷର ପିଲାଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ସହ ଅଭିଯୁକ୍ତ ଓ ଆୟୋଜକମାନଙ୍କୁ ଅଟକ ରଖି ପଚରାଉଚରା କରୁଛି । କାନପୁର ପୋଲିସ ଡିସିପି କହିଛନ୍ତି, ମୃତକଙ୍କ ବାପାଙ୍କ ଅଭିଯୋଗ ପରେ ମାମଲା ଦାୟର କରାଯାଇଛି । ପିଲାକୁ ଜୁନେଭାଲ କୋର୍ଟରେ ହାଜର କରାଯିବ । ଆଗାମୀ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.