୫୦୦ କୋଟି ବଜେଟର ଫିଲ୍ମ ପୁଷ୍ପା ୨ ରିଲିଜ୍‌ ପୂର୍ବରୁ କମାଇସାରିଲାଣି ୧୦୦୦ କୋଟି !

ଫିଲ୍ମ ରିଲିଜ୍‌ ପୂର୍ବରୁ ଆଶ୍ଚର୍ଯ୍ୟଜନକ ରେସପନ୍ସ । ତେବେ ଫିଲ୍ମର ପ୍ରମୋସନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ କିନ୍ତୁ ସିନେମାଟି ବହୁତ ଭଲ ବ୍ୟବସାୟ ଆରମ୍ଭ କରିସାରିଲାଣି । ରିଲିଜ୍ ପୂର୍ବରୁ ପୁଷ୍ପା ୨ କୋଟି ଟଙ୍କା ରୋଜଗାର କରିଛି ।

ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀ ଏବେ ପୁଷ୍ପା ୨: ଦ ରୁଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସାଉଥ୍ ସିନେମା ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ନିର୍ମାତାମାନେ ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର ସମସ୍ତଙ୍କ ସହ ସେୟାର କରିଥିଲେ । ଟିଜରରେ ଅଲ୍ଲୁ ଅର୍ଜୁନଙ୍କ ଝଲକ ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଥିଲେ ଯେ ଏହି ଚଳଚ୍ଚିତ୍ରଟି ବଡ଼ ହିଟ୍ ହେବ । ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ୍‌ ହେବ । କିନ୍ତୁ ତାପୂର୍ବରୁ ଆଶ୍ଚର୍ଯ୍ୟଜନକ ରେସପନ୍ସ ମିଳୁଛି ଫିଲ୍ମକୁ । ତେବେ ଫିଲ୍ମର ପ୍ରମୋସନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ କିନ୍ତୁ ସିନେମାଟି ବହୁତ ଭଲ ବ୍ୟବସାୟ ଆରମ୍ଭ କରିସାରିଲାଣି । ରିଲିଜ୍ ପୂର୍ବରୁ ପୁଷ୍ପା ୨ କୋଟି ଟଙ୍କା ରୋଜଗାର କରିଛି ।

ତେବେ ବର୍ଷ ୨୦୨୧ରେ ରିଲିଜ୍‌ ହୋଇଥିବା, ପୁଷ୍ପା: ଦି ରାଇଜ୍ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ‘ପୁଷ୍ପା ୨: ଦି ରୁଲ୍’ ରିଲିଜ୍ ପୂର୍ବରୁ ମଧ୍ୟ ବ୍ୟବସାୟ ଆରମ୍ଭ କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରେକ୍ଷାଳୟରେ ଅଲୁ ଅର୍ଜୁନଙ୍କ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏହାର ରୋଜଗାର ୧୦୦୦ କୋଟି ଟଙ୍କା ଛୁଇଁଛି । ଯାହାପରେ ପୁଷ୍ପା ଏକ ବଡ ବ୍ରାଣ୍ଡରେ ପରିଣତ ହୋଇଛି । ଏହି ଫିଲ୍ମ ଏତେ ହିଟ୍‌ ହୋଇଥିଲା ଯେ ଦର୍ଶକମାନେ ଏହି ଚଳଚ୍ଚିତ୍ରର ଅନ୍ୟ ପାର୍ଟସ୍ ପାଇଁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ନିର୍ମାତାମାନେ ଫିଲ୍ମ କାମରେ ବ୍ୟସ୍ତ ଅଛନ୍ତି । କେବଳ ଏହାର କିଛି ସିନ୍‌ ବାକି ରହିଯାଇଛି ।

ରିଲିଜ୍‌ ପୂର୍ବରୁ ଏତେ କୋଟି ଟଙ୍କାର ବ୍ୟବସାୟ କରି ପୁଷ୍ପା ୨ ଇତିହାସ ସୃଷ୍ଟି କରିଛି । ଏହା ହେଉଛି ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଯାହା ପ୍ରି-ରିଲିଜ୍ କିମ୍ବା ପ୍ରି-ବକ୍ସ ଅଫିସ୍ ବ୍ୟବସାୟ ସମୟରେ ୧୦୦୦ କୋଟି ଟଙ୍କା ରୋଜଗାର କରିଛି । ଏପରିକି କେଜିଏଫ୍ ଚାପଟର୍ ୨ ଏବଂ ଆରଆରଆର ମଧ୍ୟ ଏହି ସଫଳତା ହାସଲ କରିପାରିନଥିଲା । ହିନ୍ଦୀ ଡବ୍ ଭାଷା ପାଇଁ, ଥିଏଟ୍ରିକାଲ ରାଇଟସ୍ ପାଇଁ ମୂଲ୍ୟ ୨୦୦ କୋଟି ଟଙ୍କା । ଦକ୍ଷିଣ ଭାରତୀୟ ଅଞ୍ଚଳର ଥିଏଟର ରାଇଟସ୍ ର ମୂଲ୍ୟ ୨୭୦ କୋଟି ଟଙ୍କା ବୋଲି କୁହାଯାଉଛି । ବିଦେଶ ବଜାରରେ ୧୦୦ କୋଟି କିମ୍ବା ତା’ଠାରୁ ଅଧିକ କାରବାର ହେବାର ଆଶା କରାଯାଉଛି । ଏହି ଚଳଚ୍ଚିତ୍ରଟି କେବଳ ଥିଏଟ୍ରିକାଲ ରାଇଟସ୍ ମାଧ୍ୟମରେ ୫୫୦ କୋଟିରୁ ଅଧିକ ବ୍ୟବସାୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.