ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ, ୨୮ ଛାତ୍ର ଆକ୍ରାନ୍ତ

କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ହଷ୍ଟେଲରେ ପହଞ୍ଚି ୧୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲା ମେଡିକାଲ ଟିମ୍ ।

କେନ୍ଦୁଝର (କେନ୍ୟୁଜ) : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ହଷ୍ଟେଲରେ ପହଞ୍ଚି ୧୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲା ମେଡିକାଲ ଟିମ୍ । ପାନୀୟ ଜଳର ନମୁନା ସଂଗ୍ରହ କରି ପରିସ୍ଥିତି ଉପରେ ନଜର ରଖାଯାଇଥିବା କହିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଗତକାଲି କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଏକ ଛାତ୍ରାବାସର ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ମେଡ଼ିକାଲ୍ ଟିମ ପଠାଯାଇଥିଲା । କିନ୍ତୁ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଛାତ୍ର ଘରକୁ ପଳାଇଥିବା ବେଳେ ୧୨ ଜଣଙ୍କର ରକ୍ତ ପରୀକ୍ଷା କରାଯାଇଥିଲା । ଏଥିରୁ ସେମାନଙ୍କୁ ଜଣ୍ଡିସ ହୋଇଥିବା ଜଣାପଡିବା ପରେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା କରାଯାଇଛି। ହଷ୍ଟେଲର ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.