ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ

ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସମ୍ଭାଳ ତାତି ।  ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝରରେ ୪୦.୮ ଡିଗ୍ରୀ ଥିବା ବେଳେ ରାଉରକେଲାରେ ୪୦ ଡିଗ୍ରୀ ରହିଛି ତାପମାତ୍ରା । ସେହିପରି ବାଲେଶ୍ବରରେ ୪୦ ଡିଗ୍ରୀ, ହୀରାକୁଦରେ ୩୯.୨, ଭୁବନେଶ୍ବରରେ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଗକୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ । ଆଜି ଅତି ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୪ ଜିଲ୍ଲା ଓ ଗ୍ରୀଷ୍ମଲହରୀ ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉପଗ୍ରହରୁ ଜଳୀୟବାଷ୍ପ ସଂପର୍କିତ ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଞ୍ଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେ ଧୀରେ ଜଳୀୟ ବାସ୍ପର ମାତ୍ରା ବୃଦ୍ଧି ପାଇଛି। ଜଳୀୟବାସ୍ପପୂର୍ଣ୍ଣ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସହ ପ୍ରତିକ୍ରିୟା ହେତୁ ଆଜି ଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

You might also like