ସୁନ୍ଦରଗଡ଼ରେ ବ୍ୟାପିଲା ଝାଡାବାନ୍ତି , ୩୦ରୁ ଊର୍ଦ୍ଧ୍ବ ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼ କୁତ୍ରା ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି । ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ କୁତ୍ରା ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ।  ୩୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଗତ ୨ ଦିନ ହେଲା କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ, ଜଉରାମୁଣ୍ଡା,ପଂଚରା,ଏଲଗା,ପଂଗନିଆବାହାଲ,ଝରେନ ଆଦି ଗାଁର ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି ।

ସେହିପରି ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଏହି ଝାଡା ବାନ୍ତି ଦେଖା ଦେଇଥିଲେ ମଧ୍ଯ ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅନ୍ୟପଟେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏନେଇ ଦୃଷ୍ଟି ରଖାଯିବା ସହ ଜଳଛତ୍ର ଖୋଲାଯାଇ ଓଆରଏସ ପାଣି ବଣ୍ଟନ କରାଯାଉଛି । ତେବେ ଝାଡା ବାନ୍ତିର ପ୍ରକୋପ ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ଶ୍ରୀକାନ୍ତ ଟପ୍ପୋ ପ୍ରକାଶ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.