ଫ୍ୟାନଙ୍କ ଚେନ୍ନାଇ ସୁପରକିଙ୍ଗସ କ୍ରେଜ, ବାହାଘର ପାଇଁ ସିଏକେ ଥିମରେ ବନାଇଲେ କାର୍ଡ

ଚେନ୍ନାଇ ସୁପରକିଙ୍ଗସର ଥିମ୍‌ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି କାର୍ଡ ଚେନ୍ନାଇ ସୁପରକିଙ୍ଗର ମ୍ୟାଚ ଟିକେଟ ଭଳି ଡିଜାଇନ କରାଯାଇଛି । କାର୍ଡରେ ଏଣ୍ଟ୍ରି ଫି ସ୍ଥାନରେ, ଆପଣଙ୍କ ଭଲପାଇବା ଲେଖାଯାଇଛି, ଟାକ୍ସ ସ୍ଥାନ ଆଶୀର୍ବାଦ ଏବଂ ଟୋଟାଲ ଭାଲ୍ୟୁ ସ୍ଥାନରେ ଆପଣଙ୍କ ଉପସ୍ଥିତି ଲେଖାଯାଇଛି ।

ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପରକିଙ୍ଗସର କ୍ରେଜ ସବୁଠାରୁ ଅଧିକ । ଚେନ୍ନାଇର ଚେପାକ ଷ୍ଟାଡିୟମ ସହିତ ଫ୍ୟାନ୍ସ ସିଏସକେକୁ ସପୋର୍ଟ କରିବା ପାଇଁ ମ୍ୟାଚ ଖେଳାଯାଉଥିବା ପ୍ରତିଟି ଷ୍ଟାଡିୟମକୁ ଯାଇଥାନ୍ତି । ଚେନ୍ନାଇ ମ୍ୟାଚ ଯାହା ବିପକ୍ଷରେ ହେଉନା କାହିଁକି, ଷ୍ଟାଡିୟମରେ କେବଳ ହଳଦିଆ ଡ୍ରେସରେ ଫ୍ୟାନ୍ସ ନଜର ଆସନ୍ତି । ତେବେ ଚେନ୍ନାଇ ସୁପରକିଙ୍ଗସକୁ ଧୋନିଙ୍କ ଯୋଗୁଁ ଫ୍ୟାନ୍ସ ବେଶି ପସନ୍ଦ କରନ୍ତି । କେବଳ ପଡିଆ ଭିତରେ ନୁହେଁ ବାହାରେ ମଧ୍ୟ ଫ୍ୟାନ୍ସଙ୍କ କ୍ରେଜ ଦେଖିବାକୁ ମିଳିଛି । ଜଣେ ଫ୍ୟାନ୍‌ ନିଜ ବାହାଘର କାର୍ଡ ମଧ୍ୟ ସିଏସକେର ଥିମ ଉପରେ ତିଆରି କରିଛନ୍ତି ।

ଚେନ୍ନାଇ ସୁପରକିଙ୍ଗସର ଥିମ୍‌ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି କାର୍ଡ ଚେନ୍ନାଇ ସୁପରକିଙ୍ଗର ମ୍ୟାଚ ଟିକେଟ ଭଳି ଡିଜାଇନ କରାଯାଇଛି । କାର୍ଡରେ ଏଣ୍ଟ୍ରି ଫି ସ୍ଥାନରେ, ଆପଣଙ୍କ ଭଲପାଇବା ଲେଖାଯାଇଛି, ଟାକ୍ସ ସ୍ଥାନ ଆଶୀର୍ବାଦ ଏବଂ ଟୋଟାଲ ଭାଲ୍ୟୁ ସ୍ଥାନରେ ଆପଣଙ୍କ ଉପସ୍ଥିତି ଲେଖାଯାଇଛି । ଏହାଛଡା ଯେଉଁ ସ୍ଥାନରେ ଦୁଇଟି ଟିମର ନାମ ଲେଖାଯାଇଥାଏ, ସେଠାରେ ବରକନ୍ୟାଙ୍କ ନାମ ଲେଖାଯାଇଛି । ଏହାସହିତ ବିବାହ ତାରିଖ, ଦିନ ଏବଂ ଭେନ୍ୟୁ ଲେଖାଯାଇଛି । ଏହାକୁ ବହୁତ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଛି ।

ଏହି କାର୍ଡ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଫ୍ୟାନ୍ସ ଏହାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । ଚେନ୍ନାଇର ନବବିବାହିତ ଦମ୍ପତି ବିବାହ କାର୍ଡରେ ଏଭଳି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ୯୨ ହାଜରୁ ଅଧିକ ଲାଇକ ମିଳିସାରିଛି ।

ସୂଚନାଯୋଗ୍ୟ, ଚେନ୍ନାଇ ଏହି ସିଜିନରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳିଛି । ସେଥିରୁ ୪ଟି ମ୍ୟାଚ ଜିତିଥିବା ବେଳେ ୩ଟିରେ ହାରିଛି । ଋତୁରାଜ ଗାଏକ୍ୱାଡଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ବିଜୟରୁ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ଚେନ୍ନାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ଓ୍ଵିକେଟରେ ହରାଇଥିଲା । ଏହାପରେ ଦ୍ୱିତୀୟ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଠାରୁ ୬୩ ରନରେ ମ୍ୟାଚ ଜିତିଥିଲା । ତୃତୀୟ ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ମ୍ୟାଚ ହାରିଥିଲା ।

ଚତୁର୍ଥ ମ୍ୟାଚ ଜେନ୍ନାଇ ହାଇଦ୍ରାବାଦ ବିପକ୍ଷରେ ୬ ଓ୍ଵିକେଟରେ ହାରିଥିଲା । ତାପରେ ସିଏସକେ କୋଲକତା ଏବଂ ମୁମ୍ବାଇ ବିପକ୍ଷରେ ୨ଟି ମ୍ୟାଚ ଜିତିଥିଲା । ଏହାପରେ ୭ମ ମ୍ୟାଚ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ହାରି ଯାଇଥିଲା । ଚେନ୍ନାଇ ସୁପରକିଙ୍ଗସ ୭ଟି ମ୍ୟାଚରୁ ୪ଟି ଜିତି ପଏଣ୍ଟ ତାଲିକାର ୩ ନଂ ସ୍ଥାନରେ ରହିଛି । ସେହିପରି ରାଜସ୍ଥାନ ରୟାଲ୍ସ ପ୍ରଥମ ଏବଂ କୋଲକତା ନାଇଟ ରାଇଡର୍ସ ଦ୍ୱିତୀୟ, ହାଇଦ୍ରାବାଦ ୪ର୍ଥ ଏବଂ ଲକ୍ଷ୍ନୌ ୫ମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୬ଷ୍ଠ, ମୁମ୍ବାଇ ୭ମ, ଗୁଜରାଟ ୮ମ, ପଞ୍ଜାବ ୯ମ ଏବଂ ବେଙ୍ଗାଲୁରୁ ୧୦ମ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.