ମେଟା ଲଞ୍ଚ କଲା ନିଜର ପାଓ୍ଵାରଫୁଲ୍ AI ଟୁଲ୍ Llama 3, ଜାଣନ୍ତୁ କେମିତି କରିବେ ବ୍ୟବହାର
ମେଟା AIର Llama 3 ବିଷୟରେ କମ୍ପାନୀ କହିଛି ଯେ ଏହି ଟୁଲ୍ ଦ୍ୱାରା ୟୁଜର୍ସମାନେ ପୂର୍ବ ଅପେକ୍ଷା ଭଲ ଉତ୍ତର ପାଇବେ, ଶୀଘ୍ର ଇମେଜ୍ କ୍ରିଏଟ୍ କରିପାରିବେ ଏବଂ ଯେକୌଣସି ଇମେଜକୁ କିଛି ସେକେଣ୍ଡରେ ଆନିମେସନ୍ କରିପାରିବେ ।

ମେଟା AI ଏହାର ସବୁଠାରୁ ପାଓ୍ଵାରଫୁଲ୍ AI ଟୁଲ୍ Llama 3 ଲଞ୍ଚ କରିଛି । Llama 3 ର ଦୁଇଟି ଭାରିଆଣ୍ଟ ଲଞ୍ଚ କରାଯାଇଛି, ଯେଉଁଥିରେ Llama 3 8B ଏବଂ 70B ସାମିଲ ଅଛି । Llama 3 ହେଉଛି ଏମିତି ଏକ ଟୁଲ୍ ଯାହା ବିଶ୍ୱରେ ମାଗଣାରେ ଉପଲବ୍ଧ ହେବ ବୋଲି ମେଟା ସିଇଓ ମାର୍କ ଜୁକରବର୍ଗ କହିଛନ୍ତି । ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ଦ୍ୱାରା ନୂଆ ଟୁଲ୍ ବିଷୟରେ ସୂଚନା ଦେଇଛନ୍ତି ।
ମେଟା AIର Llama 3 ବିଷୟରେ କମ୍ପାନୀ କହିଛି ଯେ ଏହି ଟୁଲ୍ ଦ୍ୱାରା ୟୁଜର୍ସମାନେ ପୂର୍ବ ଅପେକ୍ଷା ଭଲ ଉତ୍ତର ପାଇବେ, ଶୀଘ୍ର ଇମେଜ୍ କ୍ରିଏଟ୍ କରିପାରିବେ ଏବଂ ଯେକୌଣସି ଇମେଜକୁ କିଛି ସେକେଣ୍ଡରେ ଆନିମେସନ୍ କରିପାରିବେ । ସୂଚନା ଥାଉ କି ମେଟା AIର ସପୋର୍ଟ ଧୀରେ ଧୀରେ ହ୍ଵାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ୟୁଜରଙ୍କ ପାଇଁ ଜାରି କରାଯାଉଛି ।
ମେଟା ଏହାର ନ୍ୟୁଜ୍ ରୁମ୍ ପୋଷ୍ଟରେ ମଧ୍ୟ ନୂଆ ଟୁଲ୍ ବିଷୟରେ ଡିଟେଲ୍ସରେ ସୂଚନା ଦେଇଛି । ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, ଘାନା, ଜାମାଇକା, ମଲାୱି, ନ୍ୟୁଜିଲ୍ୟାଣ୍ଡ, ନାଇଜେରିଆ, ପାକିସ୍ଥାନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଉଗାଣ୍ଡା, ଜାମ୍ବିଆ ଏବଂ ଜିମ୍ବାୱେରେ ମେଟା AI ଆରମ୍ଭ କରାଯାଇଛି। Llama 3 ସପୋର୍ଟ ପାଇଁ ମେଟା AI ରେ ଅନେକ ନୂଆ ଫିଚର ଯୋଡ଼ିଛି । କମ୍ପାନୀର ଦାବି ଅନୁଯାୟୀ ମେଟା AI ବର୍ତ୍ତମାନ ରିଅଲ ଟାଇମରେ ଇମେଜ୍ କ୍ରିଏଟ୍ କରିପାରିବ । ଯେତେବେଳେ ଆପଣ ଇମେଜ୍ ପାଇଁ ପ୍ରମ୍ପ୍ଟ ଟାଇପ୍ କରିବେ ଆପଣଙ୍କ ସାମ୍ନାରେ ଏକ AI ଇମେଜ୍ ଆସିଯିବ । ପ୍ରମ୍ପ୍ଟ୍ ଚେଞ୍ଜ କରି ଆପଣ ଇମେଜକୁ ଏଡିଟ୍ କରିପାରିବେ ଏବଂ ଇମେଜକୁ ଆହୁରି ସୁନ୍ଦର କରିପାରିବେ । ୟୁଜରମାନେ ଇମେଜର ପ୍ରିଭ୍ୟୁ ମଧ୍ୟ ଦେଖିପାରିବେ । ଏହା ବ୍ୟତୀତ ଇମେଜ୍ ଏଡିଟ୍ କରିବା ପାଇଁ ଏକ ଅପ୍ସନ ମଧ୍ୟ ରହିବ । ୟୁଜରମାନେ ଯେକୌଣସି ଫଟୋକୁ GIFରେ ଚେଞ୍ଜ କରିବାକୁ ସକ୍ଷମ ହେବେ ।
ମେଟା AI ବର୍ତ୍ତମାନ ହ୍ଵାଓ୍ସଆପ୍ ଠାରୁ ଫେସବୁକ୍ ଏବଂ ଫେସବୁକ୍ ମେସେଞ୍ଜର ପର୍ଯ୍ୟନ୍ତ ଏହାର ଚାଟବଟ୍ ପହଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛି । ଏହି ପ୍ଲାଟଫର୍ମଗୁଡିକର ୟୁଜରମାନେ AI ଟୁଲ୍ ଦ୍ୱାରା ନିଜ ପ୍ରଶ୍ନର ଉତ୍ତର ପାଇବାକୁ ସକ୍ଷମ ହେବେ । ଏହା ବ୍ୟତୀତ ଆପଣ ରିଅଲ ଟାଇମରେ ଷ୍ଟକ୍ ମାର୍କେଟ୍, ସ୍ପୋଟର୍ସ, ଫ୍ଲାଇଟ୍ ବୁକିଂ ବିଷୟରେ ସୂଚନା ପାଇପାରିବେ ।