କୁକୁର କାମୁଡାରେ ଚାଲିଗଲା ନାବାଳିକାଙ୍କ ଜୀବନ, ଗାଁରେ ଭୟର ବାତାବରଣ

କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ । ଘଟଣା ପରେ ଭୟଭିତ ଗ୍ରାମବାସୀ । ଏକ ପ୍ରକାର ଭୟରେ ବାତାବରଣ ଦେଖାଦେଇଛି ସମଗ୍ର ଗାଁରେ । ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

କାମାକ୍ଷାନଗର(କେନ୍ୟୁଜ): କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ। ଘଟଣା ପରେ ଭୟଭିତ ଗ୍ରାମବାସୀ । ଏକ ପ୍ରକାର ଭୟରେ ବାତାବରଣ ଦେଖାଦେଇଛି ସମଗ୍ର ଗାଁରେ । ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ମେଡିକାଲ ଗଲେ ବି ମିଳୁନି ଉପଯୁକ୍ତ ଚିକିତ୍ସା । ଶେଷରେ ବାଧ୍ୟ ହୋଇ ଦେଶି ଚିକିତ୍ସା ଉପରେ ଭରଷା କରିବାକୁ ପଡୁଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କରଗୋଳା ପଞ୍ଚାୟତ ଆମ୍ବତଇଲା ସାହିରେ ।

ସୂଚନା ଅନୁସାରେ ଏହି ଗ୍ରାମର ମଙ୍ଗଲ ବଦ୍ରାଙ୍କ ଝିଅ ଏକ ମାସ ପୂର୍ବେ ଖେଳୁଥିବା ବେଳେ ଏକ ବୁଲା କୁକୁର କାମୁଡିଥିଲା । ଏହା ପରେ ପରିବାର ଲୋକ ତାଙ୍କୁ ନେଇ ଚିକିତ୍ସା କରାଇଥିଲେ । କିନ୍ତୁ ଦୀର୍ଘ ଏକ ମାସ ପରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ଉକ୍ତ ନାବାଳିକାଙ୍କ ସହ ମିଶିଥିବାରୁ ସମସ୍ତେ ଭୟଭିତ ହୋଇପଡିଛନ୍ତି । ଯେହେତୁ ନାବାଳିକା ଏକ ମାସ ଯାଏଁ ସାହିର ସମସ୍ତ ଘରକୁ ଯିବା ଆସିବା କରିବା ସହ ଛୋଟ ପିଲାମାନଙ୍କ ସହ ଖେଳିବା, ବୁଲିବା ସହ ଏକାଠି ବସିଥିଲେ ଏବଂ ଛୋଟ ପିଲା ମାନଙ୍କର ମୁଣ୍ଡ ବୁଲାଇବା ସହ ପେଟ କାଟିବା ହେଉ କିମ୍ବା ଜ୍ୱର ହେଉଛି ସେଥିପାଇଁ ସଭିଏଁ ଏବେ ଭୟବିତ ହୋଇପଡିଛନ୍ତି । ଗ୍ରାମ ତରଫରୁ ଗତ ସପ୍ତାହରେ ପ୍ରାୟ ୨୫ରୁ ୩୦ ଜଣ କାମାକ୍ଷାନଗର ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ ସୁଦ୍ଧା ସେଠାରେ ଉପଯୁକ୍ତ ଚିକିତ୍ସା ମିଳୁନି । ବାଧ୍ୟ ହୋଇ ଏବେ ଘରେ ଲୁଚି ରହିଛନ୍ତି ।

ଏହା ପରେ ମଧ୍ୟ ଗ୍ରାମକୁ କୈାଣସି ମେଡିକାଲ ଟିମ୍ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାଁନ୍ତି । ତେବେ ଏନେଇ କଙ୍କଡ଼ାହାଡ଼ ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ କ୍ୟାମେରା ଆଗରେ କିଛି କହିନଥିବା ବେଳେ, ଏକ ସ୍ଵତନ୍ତ୍ର ମେଡିକାଲ ଟିମକୁ ଗ୍ରାମକୁ ପଠାଇ ଚିକିତ୍ସା କରାଇବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏପଟେ ଏଭଳି ଏକ ଅଭାବନୀୟ ପରିସ୍ଥିତିରେ, କିଭଳି ଭାବେ ସମସ୍ତେ ସୁରକ୍ଷିତ ରହିପାରିବେ ସେନେଇ ତୁରନ୍ତ ବ୍ୟବସ୍ଥା କରାଯିବା ନିହାତୀ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.