ଏୟାର ଇଣ୍ଡିଆ ବିମାନରେ ନେପାଳୀ ଯାତ୍ରୀଙ୍କ ହଙ୍ଗାମା, କ୍ରୁ ସଦସ୍ୟଙ୍କ ସହ ମାରପିଟ୍‌ ପରେ ଭାଙ୍ଗିଦେଲେ ଝରକା

ଏୟାର ଇଣ୍ଡିଆ ବିମାନରେ ନେପାଳୀ ଯାତ୍ରୀଙ୍କ ହାଇଡ୍ରାମା । ବିମାନରେ ସିଟ୍‌ ବଦଳାଇବା ପରେ କ୍ରୁ ସଦସ୍ୟଙ୍କ ସହିତ ମାରପିଟ୍‌ ଗାଳିଗୁଲଜ କରିଥିଲେ ଯାତ୍ରୀ । କାନାଡାରୁ ଦିଲ୍ଲୀ ଆସୁଥିବା ବିମାନରେ ଘଟିଥିଲା ଏଭଳି ଘଟଣା ।

ପୁଣି ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଅମାନବୀୟ କାଣ୍ଡ । କାନାଡାରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନେପାଳୀ ଯାତ୍ରୀ କ୍ୟାବିନ କ୍ରୁ ସଦସ୍ୟଙ୍କ ସହିତ ମାପିଟ୍‌ କରିବା ସହିତ ବିମାନର କବାଟ ଭାଙ୍ଗିଦେଇଛନ୍ତି । ସ୍ଥିତି ଗମ୍ଭୀର ହୋଇଯିବା ପରେ କ୍ୟାବିନ କ୍ରୁ ଏବଂ ଅନ୍ୟ ଯାତ୍ରୀଙ୍କ ସହାୟତାରେ ବ୍ୟକ୍ତିଙ୍କୁ କାବୁ କରାଯାଇଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ପୋଲିସ ଏଫଆଇଆର ଦାଏର କରିଛି ।

ଖବର ମୁତାବକ, କାନାଡା ଟରୋଣ୍ଟୋରୁ ନୂଆଦିଲ୍ଲୀ ଆସୁଥିବା ବିମାନରେ ନେପାଳୀ ଯାତ୍ରୀ ମହେଶ ସିଂ ପଣ୍ଡିତ ହଙ୍ଗାମା ଆରମ୍ଭ କରିଦେଇଥିଲେ । ପ୍ରଥମ ଯାତ୍ରୀ ନିଜ ସିଟ୍‌ ବଦଳାଇଥିଲେ, ଏହାପରେ କ୍ରୁ ସଦସ୍ୟଙ୍କୁ ଗାଳିଗୁଲଜ କରିଥିଲେ । ପାଇଲଟ ଯାତ୍ରୀଙ୍କୁ ବାରମ୍ବାର ଚେତାବନୀ ଦେଇଥିଲେ ମଧ୍ୟ ସେ ମାନିନଥିଲେ ।

ଏହାପରେ ଓ୍ଵାଶରୁମ ଯାଇ ସିଗାରେଟ୍‌ ଟାଣିଥିଲେ । ସେ ଲାଇଟର ଧରିଥିବା ବେଳେ କ୍ରୁ ମେମ୍ବର ତାଙ୍କୁ ଧରିଥିଲେ । ହେଲେ ସେ କ୍ରୁ ମେମ୍ବରଙ୍କୁ ଧକ୍କା ଦେଇ ନିଜ ସିଟ୍‌ ଆଡକୁ ଦୌଡି ବିମାନର କବାଟକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଯାତ୍ରୀ ଜଣକ ଅନେକ ଗାଳିଗୁଲଜ ମଧ୍ୟ କରିଥିଲେ । କ୍ରୁ ସଦସ୍ୟ ପାଇଲଟକୁ ଏହା ବିଷୟରେ ସୂଚନା ଦେବା ପରେ ଯାତ୍ରୀଙ୍କୁ କାବୁ କରାଯାଇଥିଲା ।

ଦିଲ୍ଲୀ ପୋଲିସ ଏହି ମାମଲାରେ ସେକ୍ସନ ୩୨୩,୫୦୬, ୩୩୫ ଅଧିନରେ କେସ୍‌ ଦାଏର କରିଛି । ଏହାଛଡା ଏୟାରକ୍ରାଫ୍ଟ ନିୟମ ଅଧିନରେ ମଧ୍ୟ କେସ୍‌ ଦାଏର କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି । ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC ୮୬୬ ନଂ ବିମାନରେ ପରିସ୍ରା କରି କରିଥିଲେ ଜଣେ ବ୍ୟକ୍ତି ।

ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ । ଗତବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.