Below header

ତ୍ରିଦିବସୀୟ ଫ୍ରାନ୍ସ ଓ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ୟାରିସ୍‌ରେ ବ୍ୟାଷ୍ଟିଲ୍‌ ଡେ’ ପରେଡ୍‌ରେ ହେବେ ମୁଖ୍ୟ ଅତିଥି

ଜୁଲାଇ ୧୪ରେ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ‘ବ୍ୟାଷ୍ଟିଲ ଡେ’। ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଯିବେ ପ୍ରଧାନମନ୍ତ୍ରୀ।

ଜୁଲାଇ ୧୪ରେ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ ‘ବ୍ୟାଷ୍ଟିଲ ଡେ’। ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଯିବେ ପ୍ରଧାନମନ୍ତ୍ରୀ। ସେ ମୁଖ୍ୟ ଅତିଥି ଭାବରେ ଏଲିସି ପ୍ୟାଲେସରେ ଆୟୋଜିତ ବ୍ୟାଷ୍ଟିଲ୍ ଡେ’ ପରେଡ୍‌ରେ ଯୋଗଦେବେ।

ଚଳିତ ବର୍ଷ ବ୍ୟାଷ୍ଟିଲ୍ ଡେ’ ପରେଡ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱର ପ୍ରତୀକ ହେବ। ୧୦୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟ ବ୍ୟାଷ୍ଟିଲ ଡେ’ ପରେଡରେ ପରେଡ୍‌ ପ୍ରଦର୍ଶନ କରିବେ। ଏଥିପାଇଁ ଜୋରଦାର ଅଭ୍ୟାସ ଚାଲିଛି। ଏଥର ସାମରିକ ପରେଡରେ ଭାରତୀୟ ତିନି ସେନାର ସୈନ୍ୟ ଫ୍ରାନ୍ସ ସୈନ୍ୟବାହିନୀ ସହିତ ମାର୍ଚ୍ଚ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ରୁ ୧୫ ପର୍ଯ୍ୟନ୍ତ ତ୍ରିଦିବସୀୟ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ପ୍ରଧାନମନ୍ତ୍ରୀ ଔପଚାରିକ ଆଲୋଚନା କରିବେ। ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ରାଜକୀୟ ଭୋଜି ସହ ଏକ ବ୍ୟକ୍ତିଗତ ରାତ୍ରି ଭୋଜନର ଆୟୋଜନ କରିବେ।

ଫ୍ରାନ୍ସ ଯାତ୍ରା ପରେ ମୋଦି ଜୁଲାଇ ୧୫ରେ ଆବୁଧାବି ଗସ୍ତ କରିବେ। ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.