Below header

ବନ୍ଦ ଘରୁ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ପୋଲସରା ରାଜବଙ୍ଗଳା ସାହି ନିକଟ ଏକ ବନ୍ଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ପୋଲସରା ବ୍ୟାଙ୍କ ଅଫ ବରୋଦାର ଫିଲଡ଼ ଅଫିସର ସୁଧାଂଶୁ ଦାଶ ।

ଗଞ୍ଜାମ (କେନ୍ୟୁଜ): ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ପୋଲସରା ରାଜବଙ୍ଗଳା ସାହି ନିକଟ ଏକ ବନ୍ଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ପୋଲସରା ବ୍ୟାଙ୍କ ଅଫ ବରୋଦାର ଫିଲଡ଼ ଅଫିସର ସୁଧାଂଶୁ ଦାଶ ।

ସୁଧାଂଶୁ ରହୁଥିବା ଘର କବାଟ ଆଜି ସକାଳେ ବହୁ ସମୟ ଧରି ଖୋଲିନଥିଲା। ସନ୍ଦେହରେ ପାଖ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରୁ ସୁଧାଂଶୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ତେବେ ସୁଧାଂଶୁଙ୍କ ମୃତ୍ୟୁର କାରଣ କଣ ତାହା ଅସ୍ପଷ୍ଟ ରହିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚଳାଇଛି ପୋଲସରା ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.