ବେଙ୍ଗାଲୁରୁରେ ଟେକ୍‌ କମ୍ପାନୀ ଏମ୍‌ଡି ଓ ସିଇଓଙ୍କୁ ହତ୍ୟା, ଅଫିସ୍‌ରେ ପଶି ଖଣ୍ଡାରେ ହାଣିଦେଲେ ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଏକ ଟେକ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶନ (ଏମ୍‌ଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ଅଫିସ୍‌ରେ ପଶି ହତ୍ୟା କରାଯାଇଛି।

ବେଙ୍ଗାଲୁରୁରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଏକ ଟେକ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶନ (ଏମ୍‌ଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କୁ ଅଫିସ୍‌ରେ ପଶି ହତ୍ୟା କରାଯାଇଛି। ଅଭିଯୁକ୍ତ ଅଫିସ ଭିତରେ ପ୍ରବେଶ କରି ଖଣ୍ଡାରେ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନା ନେବା ବାଟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏବେ ଆକ୍ରମଣକାରୀ ଫେରାର୍‌ ଅଛନ୍ତି।

ବେଙ୍ଗାଲୁରୁର ଉତ୍ତର-ପୂର୍ବାଞ୍ଚଳ ଡିସିପି ଲକ୍ଷ୍ମୀପ୍ରସାଦ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଦଳ ନିୟୋଜିତ ଅଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ପୋଲିସ ସୂଚନା ଅନୁସାରେ, ଏରୋନିକ୍ସ ଇଣ୍ଟରନେଟ କମ୍ପାନୀ ବର୍ଷେ ପୂର୍ବରୁ ଖୋଲିଥିଲା। କମ୍ପାନୀର ସିଇଓ ଭିନୁ କୁମାର ଓ ଏମ୍‌ଡି ଫଣିନ୍ଦ୍ର ସୁବ୍ରମଣ୍ୟମ୍ ମଙ୍ଗଳବାର ସେମାନଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଏହି ସମୟରେ ଫେଲିକ୍ସ ନାମକ ଯୁବକ ସେଠାରେ ପହଞ୍ଚି ଏକ ଧାରୁଆ ଖଣ୍ଡାରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଘଟଣା ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯିବା ବେଳେ ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଡିସିପି କହିଛନ୍ତି, ଅଭିଯୁକ୍ତ ଅଫିସରେ ପଶି ଖଣ୍ଡାରେ ଆକ୍ରମଣ କରିଛନ୍ତି। ଅଭିଯୁକ୍ତ ଗିରଫ ହେବା ପରେ ହତ୍ୟାକାଣ୍ଡର କାରଣ ଜଣାପଡିବ। ଅଭିଯୁକ୍ତ ଜଣକ କମ୍ପାନୀର ପୂର୍ବତନ କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.