ICICI ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏସବୁ ସେବା ପାଇଁ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ
ICICI ବ୍ୟାଙ୍କ ନିଜର ଆଇଏମପିଏସ, ଚେକ ବୁକ୍ଏ ଡେବିଟ କାର୍ଡର ବାର୍ଷିକ ଚାର୍ଜ, ଇଣ୍ଟରେଷ୍ଟ ସାର୍ଟିଫିକେଟ, ବାଲାନ୍ସ ସାର୍ଟିଫିକେଟ, ଆଡ୍ରେସ ଭେରିଫିକେସନ ଆଦି ଅନେକ ଚାର୍ଜରେ ପରିବର୍ତ୍ତନ କରିଛି । ବ୍ୟାଙ୍କ ନିଜ ଅଫିସିଆଲ ୱେବସାଇଟରେ ସର୍ଭିସର ନୂଆ ଚାର୍ଜ ମଇ ୧ରୁ ଲାଗୁ ହେବ ବୋଲି କହିଛି ।

ଦେଶର ଦ୍ୱିତୀୟ ବଡ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ନିଜର ଶୁଳ୍କକୁ ବୃଦ୍ଧି କରିଛି । ବ୍ୟାଙ୍କ ନିଜର ଆଇଏମପିଏସ, ଚେକ ବୁକ୍ଏ ଡେବିଟ କାର୍ଡର ବାର୍ଷିକ ଚାର୍ଜ, ଇଣ୍ଟରେଷ୍ଟ ସାର୍ଟିଫିକେଟ, ବାଲାନ୍ସ ସାର୍ଟିଫିକେଟ, ଆଡ୍ରେସ ଭେରିଫିକେସନ ଆଦି ଅନେକ ଚାର୍ଜରେ ପରିବର୍ତ୍ତନ କରିଛି । ବ୍ୟାଙ୍କ ନିଜ ଅଫିସିଆଲ ୱେବସାଇଟରେ ସର୍ଭିସର ନୂଆ ଚାର୍ଜ ମଇ ୧ରୁ ଲାଗୁ ହେବ ବୋଲି କହିଛି ।
ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି କି, ବ୍ୟାଙ୍କ ନିଜର ଡେବିଟ କାର୍ଡର ବାର୍ଷିକ ଫିରେ ପରିବର୍ତ୍ତନ କରିଛି । ଏବେ ସହରୀ ବ୍ୟାଙ୍କ ଗ୍ରାହକ ବାର୍ଷିକ ଫି ଭାବେ ୨୦୦ ଟଙ୍କା ଏବଂ ଗ୍ରାମୀଣ ଗ୍ରାହକ ୯୯ ଟଙ୍କା ଦେବାକୁ ହେବ । ଗ୍ରାହକ ଚେକ୍ ବୁକ ପାଇଁ ୨୫ ଟଙ୍କା ଚାର୍ଜ ଦେବାକୁ ହେବ । ସେହିପରି ପ୍ରତି ଚେକ୍ ପାଇଁ ୪ ଟଙ୍କା ଶୁଳ୍କ ଦେବାକୁ ହେବ । DD କିମ୍ବାPO ରଦ୍ଦ ଏବଂ ଡୁପ୍ଲିକେଟ ରିଭିଲେଟଡ ହେବାରେ ୧୦୦ ଟଙ୍କା ଦେବାକୁ ହେବ । ଆଇଏମପିଏସ ଜରିଆରେ ପଇସା ଟ୍ରାନ୍ସଫର କଲେ ୧୦୦୦ ଟଙ୍କା, ଟ୍ରାଞ୍ଜାକ୍ସନ କରିବାରେ ୨.୫୦ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନରେ ଦେବାକୁ ହେବ ।
ସେହିପରି ୧ ଟଙ୍କାରୁ ୨୫ ହଜାର ଟଙ୍କା ଟ୍ରାଞ୍ଜାକ୍ସନରେ ୫ ଟଙ୍କା, ୨୫ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଟ୍ରାଞ୍ଜାକ୍ସନ କଲେ ୧୫ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ହେବ । ଆକାଉଣ୍ଟ ବନ୍ଦ କରିବାରେ କୌଣସି ସର୍ଭିସ ଚାର୍ଜ ଦେବାକୁ ପଡିବନି । ଡେବିଟ କାର୍ଡ ପିନ ରିଜେନେରସନ କଲେ ୦ ସର୍ଭିସ ଚାର୍ଜ ଲାଗିବ । ବାଲାନ୍ସ ସାର୍ଟିଫିକେଟ, ଋଣ ସାର୍ଟିଫିକେଟ, ପୁରୁଣା ଟ୍ରାଞ୍ଜାକ୍ସନର ଡକ୍ୟୁମେଣ୍ଟସ ପାଇଁ ୦ ସର୍ଭିସ ଲାଗିବ ।
ହସ୍ତାକ୍ଷର ଆଟେଷ୍ଟ କରିବା ପାଇଁ ୧୦୦ ଟଙ୍କା ଟ୍ରାଞ୍ଜକ୍ସନ ଦେବାକୁ ହେବ । ECS/NACH ଡେବିଟ କାର୍ଡ ରିଟର୍ନ ପାଇଁ ଗ୍ରାହକଙ୍କୁ ୫୦୦ ଟଙ୍କା ଚାର୍ଜ ଦେବାକୁ ହେବ । ସେହିପରି ଡିପୋଜିଟ୍ ଚାର୍ଜରେ ମଧ୍ୟ ପରିବର୍ତ୍ତନ ହୋଇଛି । ବ୍ୟାଙ୍କ ଛୁଟି କିମ୍ବା ଅନ୍ୟ ଦିନରେ ସକାଳ ୮ଟା ଭିତରେ ଟଙ୍କା ଡିପୋଜିଟ୍ ମେସିନରେ ୧୦ ହଜାର ଟଙ୍କାରୁ ଅଧିକ ରାଶି ଜମା କଲେ ୫୦ ଟଙ୍କା ପ୍ରତି ଟ୍ରାଞ୍ଜାକ୍ସନ ଦେବାକୁ ହେବ । ତେବେ ବରିଷ୍ଠ ନାଗରିକ, ଜନଧନ ଖାତା ଏବଂ ଛାତ୍ର ପାଇଁ ଏହା ଲାଗୁ ହେବ ନାହିଁ ।
ବ୍ୟାଙ୍କ କାର୍ଡ ହଜିଗଲେ ଅନ୍ୟ କାର୍ଡ ଜାରି ପାଇଁ ୨୦୦ ଟଙ୍କା ଦେବାକୁ ହେବ । ସେହିପରି ଏଟିଏମ ବାଲାନ୍ସ ଇନକ୍ୟୁରୀ ଭାରତ ବାହାରେ କଲେ ୨୫ ଟଙ୍କା ଚାର୍ଜ ଦେବାକୁ ହେବ ।