ଏୟାର ଇଣ୍ଡିଆ ବିରୋଧରେ DGCAର ବଡ଼ କାର୍ଯ୍ୟାନୁଷ୍ଠାନ, ଲଗାଇଲା ୧୦ ଲକ୍ଷ ଟଙ୍କା ଜରିମାନା

ଏୟାର ଇଣ୍ଡିଆ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍‌)ର ଉଲ୍ଲଂଘନ ପାଇଁ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଏଆର୍‌ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି।

ଏୟାର ଇଣ୍ଡିଆ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡିଜିସିଏ। ଏହା ଏୟାର ଇଣ୍ଡିଆ ଉପରେ ଲଗାଇଛି ୧୦ ଲକ୍ଷ ଟଙ୍କା ଜରିମାନା। ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର୍‌)ର ଉଲ୍ଲଂଘନ ପାଇଁ ଡିଜିସିଏ ଏୟାର ଇଣ୍ଡିଆ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିଏଆର୍‌ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ସିଏଆର୍‌ ପାଳନ ନ କରିବା ଉପରେ ବିମାନ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।

ଡିଜିସିଏ ମଙ୍ଗଳବାର କହିଛି ଯେ ୨୦୨୩ ମେ’ରୁ ସେ ବିଭିନ୍ନ ପ୍ରମୁଖ ବିମାନବନ୍ଦରରେ ନିର୍ଦ୍ଧାରିତ ଘରୋଇ ଏୟାରଲାଇନ୍‌ଗୁଡ଼ିକର ଯାଞ୍ଚ କରୁଛି। ଯାଞ୍ଚ ସମୟରେ ଜଣା ପଡ଼ିଥିଲା ଯେ ଏୟାର ଇଣ୍ଡିଆ ସମ୍ବନ୍ଧିତ ସିଏଆର୍‌ର ନିୟମଗୁଡ଼ିକୁ ପାଳନ କରୁନାହିଁ। ଏଭଳି ସ୍ଥଳେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସିଏଆର୍‌ର ନିୟମ କାହିଁକି ପାଳନ କରାଯାଇ ନାହିଁ, ତାହାର ଜବାବ ମାଗିଛି ଡିଜିସିଏ।

କହି ରଖୁଛୁ, ଜଣେ ପୂର୍ବତନ ବରିଷ୍ଠ ପାଇଲଟ୍ ଏୟାର ଇଣ୍ଡିଆ ବିରୋଧରେ ଡିଜିସିଏରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ଆରମ୍ଭ ହେବାର କିଛି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ଅଭିଯୋଗରେ ଦାବି କରାଯାଇଥିଲା କି, ଜରୁରୀକାଳୀନ ଅମ୍ଳଜାନ ଯୋଗାଣର ବ୍ୟବସ୍ଥା ବିନା ଆମେରିକାରେ ଏୟାରଲାଇନ୍‌ ବିମାନଗୁଡ଼ିକର ସଞ୍ଚାଳନ କରୁଥିଲା।

ନିୟମ ଅନୁଯାୟୀ, ଯଦି କୌଣସି ଉଡ଼ାଣରେ ଦୁଇରୁ ଛଅ ଘଣ୍ଟା ବିଳମ୍ବ ହୁଏ, ତେବେ ଯାତ୍ରୀମାନଙ୍କୁ ଭୋଜନ ଏବଂ ଜଳପାନ ମିଳିବା ଦରକାର। ଛଅ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ଏୟାରଲାଇନ୍‌କୁ ଛଅ ଘଣ୍ଟା ମଧ୍ୟରେ ଏକ ବିକଳ୍ପ ବିମାନ ଯୋଗାଇବାକୁ ପଡିବ କିମ୍ବା ଟିକେଟ୍‌ର ସମ୍ପୂର୍ଣ୍ଣ ପଇସା ଫେରସ୍ତ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.