Below header

ଧୂଳି ଧୂଆଁରେ ଅସ୍ତବ୍ୟସ୍ତ ଦିଲ୍ଲୀ, ବଢୁଛି ବାୟୁ ପ୍ରଦୂଷଣ, ଆନନ୍ଦ ବିହାରରେ ସ୍ଥିତି ଅସମ୍ଭାଳ

ଦିଲ୍ଲୀ ଆନନ୍ଦ ବିହାରରେ ଏକ୍ୟୁଆଇ ୯୯୯ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆରକେ ପୂରମରେ ୪୩୩, ପଞ୍ଜାବୀ ବାଗରେ ୪୬୦ ଏବଂ ଆଇଟିଓରେ ୪୧୩ ରେକର୍ଡ କରାଯାଇଛି । ପ୍ରଦୂଷଣ ସ୍ଥିତି ଗତକାଲି ତୁଳନାରେ ଆଜି ଖରାପ ରହିଛି ।

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ଦିଲ୍ଲୀରେ ପୁଣି ଏକ୍ୟୁଆଇ ସ୍ଥିତି ଗମ୍ଭୀର ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଆରକେ ପୂରମରେ ୪୩୩, ପଞ୍ଜାବୀ ବାଗରେ ୪୬୦ ଏବଂ ଆଇଟିଓରେ ୪୧୩ ରେକର୍ଡ କରାଯାଇଛି । ପ୍ରଦୂଷଣ ସ୍ଥିତି ଗତକାଲି ତୁଳନାରେ ଆଜି ଖରାପ ରହିଛି । ମୁମ୍ବାଇରେ ମଧ୍ୟ ପ୍ରଦୂଷଣ ବଢିବାରେ ଲାଗିଛି । ପାଣିପାଗ ଏଜେନ୍ସୀ aqicn.org ପକ୍ଷରୁ ଦିଲ୍ଲୀ ଆନନ୍ଦ ବିହାରରେ ଏକ୍ୟୁଆଇ ୯୯୯ ରହିଛି । ଦିଲ୍ଲୀର ଅନ୍ୟ ସ୍ଥାନରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ରାଜ୍ୟ ସରକାରଙ୍କୁ ପାଳ ଜାଳିବା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ମରିବାକୁ ଦିଆଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଛନ୍ତି । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀରେ ଅଡ-ଇଭିନ ଫର୍ମୁଲା ଲାଗୁ ହୋଇଛି । ୪ ଦିନ ଧରି ୪ ଶହ ତଳକୁ ଖସୁନି ଏୟାର କ୍ୱାଲିଟି ଇଣ୍ଡେକ୍ସ । ସ୍କୁଲ ସବୁ ବନ୍ଦ କରିଦିଆଯାଇଛି । ଦିଲ୍ଲୀରେ ଆବଶ୍ୟକ ସେବା ଯୋଗାଉଥିବା ଟ୍ରକ, ସିଏନଜି, ଇଲେକ୍ଟ୍ରି ଗାଡି ଛଡା ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ।

ଦେଶର ରାଜଧାନୀ ଦିଲ୍ଲୀରେ ନିଶ୍ୱାସ ନେବା ବହୁତ କଷ୍ଟକର ହୋଇପଡିଛି । ବାୟୁ ପ୍ରଦୂଷଣ ଯୋଗୁଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି । ଆନନ୍ଦ ବିହାରରେ ୯୯୯ ଏକ୍ୟୁଆଇ, ଆରକେ ପୂରମରେ ୪୩୩, ପଞ୍ଜାବୀ ବାଗରେ ୪୬୦ ଏବଂ ଆଇଟିଓରେ ୪୧୩ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.