ବଦଳିଲା ଏୟାର ଇଣ୍ଡିଆ କ୍ୟାବିନ୍‌ କ୍ରୁ ଏବଂ ଷ୍ଟାଫ୍‌ଙ୍କ ୟୁନିଫର୍ମ, ୬୦ ବର୍ଷ ପରେ ନୂଆ ଲୁକ୍‌ ଦେଲେ ମନୀଷ ମଲହୋତ୍ରା

ଏୟାର ଇଣ୍ଡିଆ ନିଜର ପାଇଲଟ, କ୍ୟାବିନ କ୍ରୁ ଏବଂ କକ୍‌ପିଟ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିଛି । ଏହାକୁ ଜଣାଶୁଣା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି । ଏକ୍ସରେ ଟ୍ଵିଟ୍‌ କରି ଏୟାର ଇଣ୍ଡିଆ ଷ୍ଟାଫଙ୍କ ନୂଆ ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଟାଟା ଗ୍ରୁପ ସ୍ୱଚାଳିତ ଏୟାର ଇଣ୍ଡିଆର କ୍ୟାବିନ କ୍ରୁ ଏବଂ କକ୍‌ପିଟ କ୍ରୁଙ୍କ ନୂଆ ୟୁନିଫର୍ମ ଲୁକ୍‌ ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ନିଜର ପାଇଲଟ, କ୍ୟାବିନ କ୍ରୁ ଏବଂ କକ୍‌ପିଟ କ୍ରୁଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିଛି । ଏହାକୁ ଜଣାଶୁଣା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି । ଏକ୍ସରେ ଟ୍ଵିଟ୍‌ କରି ଏୟାର ଇଣ୍ଡିଆ ଷ୍ଟାଫଙ୍କ ନୂଆ ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏୟାର ଇଣ୍ଡିଆ ଏକ ବୟାନରେ କହିଛି କି, ନୂଆ ୟୁନିଫମ ଆଗାମୀ କିଛି ମାସ ମଧ୍ୟରେ ପ୍ରଦର୍ଶିତ ହେବ । ଏହାର ଆରମ୍ଭ ଏୟାର ଇଣ୍ଡିଆ ପ୍ରଥମେ ଏୟାରବସ୍‌ ଏ ୩୫୦ ବିମାନର ସର୍ଭିସ ଏଣ୍ଟ୍ରି ସହିତ ହେବ । ୟୁନିଫର୍ମ ଛଡା ଜୋତା ମଧ୍ୟ ଡିଜାଇନ କରିଛନ୍ତି ମନୀଷ ମଲହୋତ୍ରା ।

ସୂଚନାଯୋଗ୍ୟ,ଏୟାର ଇଣ୍ଡିଆ ସେପ୍ଟେମ୍ବର ୨୦୨୩ରେ ନୂଆ ୟୁନିଫର୍ମ ନେଇ ଅଫିସିଆଲ ଘୋଷଣା କରିଥିଲା । ଏଥିରେ କ୍ୟାବିନ କ୍ରୁ, ପାଇଲଟ୍ସ ଏବଂ ବିମାନ କର୍ମଚାରୀଙ୍କ ୟୁନିଫର୍ମ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଡିଜାଇନ କରିବେ ବୋଲି କହିଥିଲା । ୨୫ ସେପ୍ଟେମ୍ବରରେ ଏୟାର ଇଣ୍ଡିଆ ଘୋଷଣା କରିଥିଲା କି, ୬୦ ବର୍ଷ ପରେ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କ ୟୁନିଫର୍ମ ପରିବର୍ତ୍ତନ କରିବାକୁ ଯାଉଛି ।

ଏୟାର ଇଣ୍ଡିଆର CEO ତଥା MD କାମ୍ପବେଲ ୱିଲସନ କହିଛନ୍ତି, ‘ଆମର ବ୍ରାଣ୍ଡ, ଐତିହ୍ୟ ଓ ସଂସ୍କୃତିକୁ ନେଇ ଏୟାରଲାଇନରେ ଏକ ନୂତନ ପରିବେଶ ସୃଷ୍ଟି କରିବା ପାଇଁ ଆମେ ମଲହୋତ୍ରା ଏବଂ ତାଙ୍କ ଟିମ୍ ସହିତ ଘନିଷ୍ଠ ଭାବରେ କାମ କରୁଛୁ । ଆମେ ଆଶା କରୁଛୁ, ଏହା ସମ୍ପୂର୍ଣ୍ଣ ନୂଆ ଲୁକ୍ ରହିବ, ଯାହା ଏୟାର ଇଣ୍ଡିଆର ପ୍ରତିନିଧିତ୍ୱ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.