Air India ଦେଉଛି ଶସ୍ତା ବିମାନ ଯାତ୍ରାର ମଉକା, ମାତ୍ର ଏତିକି ଟଙ୍କାରେ ବୁକ୍‌ ହୋଇଯିବ ଟିକେଟ୍‌

ସ୍ପାଇସ୍‌ଜେଟ୍‌ ପରେ ଏବେ ଟାଟା ଗ୍ରୁପ୍‌ର ଏୟାରଲାଇନ୍‌ ‘ଏୟାର ଇଣ୍ଡିଆ’ ଯାତ୍ରୀମାନଙ୍କ ପାଇଁ ଏକ ଖାସ୍‌ ଅଫର୍‌ ନେଇ ଆସିଛି, ଯେଉଁଥିରେ ଆପଣ ଶସ୍ତାରେ ଟିକେଟ୍‌ ବୁକିଂ କରାଇ ପାରିବେ।

ଯଦି ଆପଣ ମଧ୍ୟ ବିମାନ ଯାତ୍ରା କରିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଆସିଛି। ସ୍ପାଇସ୍‌ଜେଟ୍‌ ପରେ ଏବେ ଟାଟା ଗ୍ରୁପ୍‌ର ଏୟାରଲାଇନ୍‌ ‘ଏୟାର ଇଣ୍ଡିଆ’ ଯାତ୍ରୀମାନଙ୍କ ପାଇଁ ଏକ ଖାସ୍‌ ଅଫର୍‌ ନେଇ ଆସିଛି, ଯେଉଁଥିରେ ଆପଣ ଶସ୍ତାରେ ଟିକେଟ୍‌ ବୁକିଂ କରାଇ ପାରିବେ।

ଏୟାର ଇଣ୍ଡିଆ ତରଫରୁ ଏହି ଖାସ୍‌ ଅଫର୍‌ରେ ଆପଣଙ୍କୁ ଟିକେଟ୍‌ ବୁକିଂ ଉପରେ ୩୦ ପ୍ରତିଶତ ରିହାତି ମିଳିବ। କମ୍ପାନୀ ଟ୍ଵିଟ୍‌ କରି ଏହା ବିଷୟରେ ସୂଚନା ଦେଇଛି।

ଏୟାର ଇଣ୍ଡିଆ ନିଜ ଅଫିସିଆଲ୍‌ ଟ୍ଵିଟ୍‌ରେ ଲେଖିଛି ଯେ ଆପଣ ନିଜ ପସନ୍ଦର ସ୍ଥାନକୁ ବିମାନ ଯାତ୍ରା କରିପାରିବେ। ଏଥିସହିତ ଆପଣଙ୍କୁ ବିମାନ ଟିକେଟ୍‌ ଉପରେ ୩୦ ପ୍ରତିଶତ ରିହାତି ମିଳିବ। ଆପଣ ଏହି ଅଫର୍‌ରେ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଟିକେଟ୍‌ ବୁକିଂ କରାଇ ପାରିବେ।

ଏୟାରଲାଇନ୍‌ ସୂଚନା ଦେଇଛି ଯେ ଯାତ୍ରୀମାନେ କମ୍ପାନୀର େଓ୍ଵବ୍‌ସାଇଟ ଏବଂ ଆପ୍‌ ଜରିଆରେ ଟିକେଟ୍‌ ବୁକିଂ କରାଇ ପାରିବେ। ଏଥିପାଇଁ ସମସ୍ତ ନିୟମ ଏବଂ ସର୍ତ୍ତାବଳୀ ଜାଣିନେବା ଉଚିତ୍‌।

କମ୍ପାନୀ ଘରୋଇ ଏବଂ ଅନ୍ତର୍ଜାତୀୟ ମାର୍ଗରେ ୯୬ ଘଣ୍ଟାର ସେଲ୍‌ ଆରମ୍ଭ କରିଛି। ଏଥିରେ ଯାତ୍ରୀମାନେ ଇକୋନମି କ୍ଲାସ୍‌ ପାଇଁ ମାତ୍ର ୧୪୭୦ ଟଙ୍କାରେ ଟିକେଟ୍‌ ବୁକିଂ କରାଇ ପାରିବେ। ବିଜନେସ୍‌ କ୍ଲାସ୍‌ ପାଇଁ ଟିକେଟ୍‌ ବୁକିଂ ୧୦,୧୩୦ ଟଙ୍କାରୁ ଆରମ୍ଭ ହେଉଛି।

ଏହି ଅଫର୍‌ ଅଧୀନରେ ଅଗଷ୍ଟ ୧୭ରୁ ୨୦ ପର୍ଯ୍ୟନ୍ତ ଟିକେଟ୍‌ ବୁକିଂ ହୋଇପାରିବ। ଏହା ବ୍ୟତୀତ ଆପଣ ଏହି ଅଫର୍‌ରେ ବୁକିଂ ଟିକେଟ୍‌ ଉପରେ ସେପ୍ଟେମ୍ବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଯାତ୍ରା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.