• Likes
  • Followers
  • Followers
  • Subscribers
  • Subscribe
  • Saturday, September 5, 2026

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ବ୍ୟବସାୟ ଓ ଅର୍ଥନୀତି
  • ଆପଣଙ୍କ SBI ଆକାଉଣ୍ଟରୁ ୩୩୦ ଟଙ୍କା କଟୁଛି କି? ଜାଣନ୍ତୁ ବ୍ୟାଙ୍କ କାହିଁକି ଆପଣଙ୍କ ସେଭିଂ ଆକାଉଣ୍ଟରୁ କାଟିଥାଏ ଟଙ୍କା

ଆପଣଙ୍କ SBI ଆକାଉଣ୍ଟରୁ ୩୩୦ ଟଙ୍କା କଟୁଛି କି? ଜାଣନ୍ତୁ ବ୍ୟାଙ୍କ କାହିଁକି ଆପଣଙ୍କ ସେଭିଂ ଆକାଉଣ୍ଟରୁ କାଟିଥାଏ ଟଙ୍କା

ଆପଣଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟରୁ ୩୩୦ ଟଙ୍କା ବେଳେବେଳେ କଟିଥାଏ । କଠିନ ପରିଶ୍ରମ କରି ଲୋକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରନ୍ତି । କିନ୍ତୁ ବେଳେବେଳେ କିଛି ଟଙ୍କା ଆକାଉଣ୍ଟରୁ ହିଁ କଟିଯାଏ । ଆପଣଙ୍କର ଏସବିଆଇ ଆକାଉଣ୍ଟରୁ ଏହି ୩୩୦ ଟଙ୍କା କଟୁଥିଲେ ଏହାକୁ କିପରି ବନ୍ଦ କରିବେ ଜାଣି ରଖନ୍ତୁ ।

By Subhalaxmi Das On Aug 18, 2023
sbi new scheme
image credit: india.com

କଠିନ ପରିଶ୍ରମ କରି ଲୋକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରନ୍ତି । କିନ୍ତୁ ବେଳେବେଳେ କିଛି ଟଙ୍କା ଆକାଉଣ୍ଟରୁ ହିଁ କଟିଯାଏ । ଏହା ଦ୍ୱାରା ଲୋକଙ୍କୁ ବହୁତ କଷ୍ଟ ହୋଇଥାଏ । ତେବେ ଭାରତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ହେଉଛି ସର୍ବ ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ, ଯାହା ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ସେବା ଯୋଗାଉଛି । ଏହି ବ୍ୟାଙ୍କରେ ୪୦ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି । ଲୋକପ୍ରିୟ ବ୍ୟାଙ୍କ ଭାବେ ଏହି ବ୍ୟାଙ୍କରେ ଲୋକମାନେ ଟଙ୍କା ଡିପୋଜିଟ କରିଥାନ୍ତି ।

ଯଦି ଆପଣଙ୍କର SBIରେ ସେଭିଂ ଆକାଉଣ୍ଟ୍ ଅଛି ଏବଂ ଆପଣଙ୍କ ଆକାଉଣ୍ଟରୁ ବେଳେବେଳେ ଟଙ୍କା କଟିଯାଉଥିବା ଲକ୍ଷ୍ୟ କରୁଛନ୍ତି, ତେବେ ଆମେ ଆପଣଙ୍କୁ ଏହି ଟଙ୍କା କଟିବା ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବ । ଆପଣଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟରୁ ୩୩୦ ଟଙ୍କା ବେଳେବେଳେ କଟିଥାଏ କିନ୍ତୁ ଏଭଳି କାହିଁକି ହୋଇଥାଏ ତାହା ହୁଏତ ଆପଣମାନେ ଜାଣି ନଥିବେ । ତେବେ କାହିଁକି ଆପଣଙ୍କ SBI ଆକାଉଣ୍ଟରୁ ଏହି ୩୩୦ ଟଙ୍କା କଟିଥାଏ ଆସନ୍ତୁ ଜାଣିବା ।

ଯଦି ଏସବିଆଇ ଆପଣଙ୍କର ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ ୩୩୦ ଟଙ୍କା ଡେବିଟ୍ କରିଥାଏ ତେବେ ଏହା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାରେ ଥିବା ଆକାଉଣ୍ଟକୁ ଯାଇଥାଏ । ଏହି ସ୍କିମରେ ବ୍ୟାଙ୍କ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଦୁର୍ଘଟଣାଜନିତ ବୀମା କଭର ପ୍ରଦାନ କରିଥାଏ । ତେଣୁ ଆପଣଙ୍କ ଆକାଉଣ୍ଟରୁ ୩୩୦ ଟଙ୍କା କଟିଥାଏ ।

ତେବେ ଏହି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା କ’ଣ ଆସନ୍ତୁ ଜାଣିବା । ଏହି ସ୍କିମ ହେଉଛି କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରାପ୍ତ ବୀମା ଯୋଜନା, ଯାହାକି ୧୮ ରୁ ୫୦ ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ । ଏହି ସ୍କିମରେ ୨ ଲକ୍ଷ ଟଙ୍କା ଲାଇଫ୍ କଭର ଏକ ବର୍ଷ ପାଇଁ ରହିଥାଏ ଏବଂ ଏହା ରିନ୍ୟୁଏବଲ ମଧ୍ୟ ହୋଇଥାଏ । କୌଣସି କାରଣରୁ ବିମା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏହି ଯୋଜନାରେ ରିସ୍କ କଭରେଜ ୨ ଲକ୍ଷ ଟଙ୍କା ରହିଛି । ପ୍ରିମିୟମ୍ ୩୩୦ ରୁ ୪୩୬ ଟଙ୍କା ପ୍ରତିବର୍ଷ ମଧ୍ୟରେ ରହିଥାଏ । ଯାହା ଆପଣଙ୍କ ଦ୍ୱାରା ବଛାଯାଇଥିବା ଅପ୍ସନ ଅନୁସାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗୋଟିଏ ଇନଷ୍ଟଲମେଣ୍ଟରେ ଅଟୋ-ଡେବିଟ୍ ହୋଇଥାଏ ।

ଆପଣଙ୍କର ଏସବିଆଇ ଆକାଉଣ୍ଟରୁ ଏହି ୩୩୦ ଟଙ୍କା କଟୁଥିଲେ ଏହାକୁ କିପରି ବନ୍ଦ କରିବେ ଜାଣି ରଖନ୍ତୁ । ଯଦି ଆପଣଙ୍କ ଏସବିଆଇ ସେଭିଂ ଆକାଉଣ୍ଟରୁ ୩୩୦ ଟଙ୍କା କଟୁଛି ଏବଂ ଆପଣ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜର ବ୍ରାଞ୍ଚକୁ ଯାଇ ଏକ ଆପ୍ଲିକେସନ ଦେବାକୁ ପଡ଼ିବ କିମ୍ବା ଫର୍ମ ପୂରଣ କରିବା ପାଇଁ ପଡ଼ିବ । ବ୍ୟାଙ୍କକୁ ଆପଣଙ୍କର ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ସବସ୍କ୍ରିପସନ୍ ବନ୍ଦ କରିବାକୁ କହିବେ । ବ୍ୟାଙ୍କ ଏକ ସପ୍ତାହ ମଧ୍ୟରେ ପ୍ରୋସେସକୁ କାର୍ଯ୍ୟକ୍ଷମ କରିବ । ପରେ ଆପଣଙ୍କ ଆକାଉଣ୍ଟରୁ କୌଣସି ପ୍ରକାରର ଟଙ୍କା କଟିବ ନାହିଁ ।

banksavings accountSBI account
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
omchorizontal
Recent Posts
  • NandUtsav: ଜନ୍ମ ନେଲେ ନନ୍ଦଲାଲା, ଭଜନ-କୀର୍ତ୍ତନରେ ଝୁମିଲା…

    Sep 5, 2026 0
  • CPSE : ୩୩୬ ଏସ୍ ଆଇଙ୍କ ନିଯୁକ୍ତିକୁ ନେଇ ନବୀନଙ୍କ ପ୍ରଶ୍ନ,…

    Sep 5, 2026 0
  • Fire : ବ୍ୟାଗ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଛାରଖାର ୩ଟି ସେଡ୍

    Sep 5, 2026 0
  • Cheating : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ !…

    Sep 5, 2026 0
  • Nuakhai : ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ,…

    Sep 5, 2026 0
  • JDU Leader: ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପଡ଼ିଲା ମହଙ୍ଗା,…

    Sep 5, 2026 0
  • About KNews Odisha
  • Contact us
  • Privacy Policy
  • Terms Of Service
  • Disclaimer
© 2026 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ