ଆପଣଙ୍କ SBI ଆକାଉଣ୍ଟରୁ ୩୩୦ ଟଙ୍କା କଟୁଛି କି? ଜାଣନ୍ତୁ ବ୍ୟାଙ୍କ କାହିଁକି ଆପଣଙ୍କ ସେଭିଂ ଆକାଉଣ୍ଟରୁ କାଟିଥାଏ ଟଙ୍କା
ଆପଣଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟରୁ ୩୩୦ ଟଙ୍କା ବେଳେବେଳେ କଟିଥାଏ । କଠିନ ପରିଶ୍ରମ କରି ଲୋକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରନ୍ତି । କିନ୍ତୁ ବେଳେବେଳେ କିଛି ଟଙ୍କା ଆକାଉଣ୍ଟରୁ ହିଁ କଟିଯାଏ । ଆପଣଙ୍କର ଏସବିଆଇ ଆକାଉଣ୍ଟରୁ ଏହି ୩୩୦ ଟଙ୍କା କଟୁଥିଲେ ଏହାକୁ କିପରି ବନ୍ଦ କରିବେ ଜାଣି ରଖନ୍ତୁ ।

କଠିନ ପରିଶ୍ରମ କରି ଲୋକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରନ୍ତି । କିନ୍ତୁ ବେଳେବେଳେ କିଛି ଟଙ୍କା ଆକାଉଣ୍ଟରୁ ହିଁ କଟିଯାଏ । ଏହା ଦ୍ୱାରା ଲୋକଙ୍କୁ ବହୁତ କଷ୍ଟ ହୋଇଥାଏ । ତେବେ ଭାରତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ହେଉଛି ସର୍ବ ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ, ଯାହା ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ସେବା ଯୋଗାଉଛି । ଏହି ବ୍ୟାଙ୍କରେ ୪୦ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି । ଲୋକପ୍ରିୟ ବ୍ୟାଙ୍କ ଭାବେ ଏହି ବ୍ୟାଙ୍କରେ ଲୋକମାନେ ଟଙ୍କା ଡିପୋଜିଟ କରିଥାନ୍ତି ।
ଯଦି ଆପଣଙ୍କର SBIରେ ସେଭିଂ ଆକାଉଣ୍ଟ୍ ଅଛି ଏବଂ ଆପଣଙ୍କ ଆକାଉଣ୍ଟରୁ ବେଳେବେଳେ ଟଙ୍କା କଟିଯାଉଥିବା ଲକ୍ଷ୍ୟ କରୁଛନ୍ତି, ତେବେ ଆମେ ଆପଣଙ୍କୁ ଏହି ଟଙ୍କା କଟିବା ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିବ । ଆପଣଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟରୁ ୩୩୦ ଟଙ୍କା ବେଳେବେଳେ କଟିଥାଏ କିନ୍ତୁ ଏଭଳି କାହିଁକି ହୋଇଥାଏ ତାହା ହୁଏତ ଆପଣମାନେ ଜାଣି ନଥିବେ । ତେବେ କାହିଁକି ଆପଣଙ୍କ SBI ଆକାଉଣ୍ଟରୁ ଏହି ୩୩୦ ଟଙ୍କା କଟିଥାଏ ଆସନ୍ତୁ ଜାଣିବା ।
ଯଦି ଏସବିଆଇ ଆପଣଙ୍କର ସେଭିଂ ବ୍ୟାଙ୍କ ଆକାଉଣ୍ଟକୁ ୩୩୦ ଟଙ୍କା ଡେବିଟ୍ କରିଥାଏ ତେବେ ଏହା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନାରେ ଥିବା ଆକାଉଣ୍ଟକୁ ଯାଇଥାଏ । ଏହି ସ୍କିମରେ ବ୍ୟାଙ୍କ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ଦୁର୍ଘଟଣାଜନିତ ବୀମା କଭର ପ୍ରଦାନ କରିଥାଏ । ତେଣୁ ଆପଣଙ୍କ ଆକାଉଣ୍ଟରୁ ୩୩୦ ଟଙ୍କା କଟିଥାଏ ।
ତେବେ ଏହି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା କ’ଣ ଆସନ୍ତୁ ଜାଣିବା । ଏହି ସ୍କିମ ହେଉଛି କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରାପ୍ତ ବୀମା ଯୋଜନା, ଯାହାକି ୧୮ ରୁ ୫୦ ବର୍ଷ ବୟସର ଲୋକଙ୍କ ପାଇଁ ଉପଲବ୍ଧ । ଏହି ସ୍କିମରେ ୨ ଲକ୍ଷ ଟଙ୍କା ଲାଇଫ୍ କଭର ଏକ ବର୍ଷ ପାଇଁ ରହିଥାଏ ଏବଂ ଏହା ରିନ୍ୟୁଏବଲ ମଧ୍ୟ ହୋଇଥାଏ । କୌଣସି କାରଣରୁ ବିମା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଏହି ଯୋଜନାରେ ରିସ୍କ କଭରେଜ ୨ ଲକ୍ଷ ଟଙ୍କା ରହିଛି । ପ୍ରିମିୟମ୍ ୩୩୦ ରୁ ୪୩୬ ଟଙ୍କା ପ୍ରତିବର୍ଷ ମଧ୍ୟରେ ରହିଥାଏ । ଯାହା ଆପଣଙ୍କ ଦ୍ୱାରା ବଛାଯାଇଥିବା ଅପ୍ସନ ଅନୁସାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗୋଟିଏ ଇନଷ୍ଟଲମେଣ୍ଟରେ ଅଟୋ-ଡେବିଟ୍ ହୋଇଥାଏ ।
ଆପଣଙ୍କର ଏସବିଆଇ ଆକାଉଣ୍ଟରୁ ଏହି ୩୩୦ ଟଙ୍କା କଟୁଥିଲେ ଏହାକୁ କିପରି ବନ୍ଦ କରିବେ ଜାଣି ରଖନ୍ତୁ । ଯଦି ଆପଣଙ୍କ ଏସବିଆଇ ସେଭିଂ ଆକାଉଣ୍ଟରୁ ୩୩୦ ଟଙ୍କା କଟୁଛି ଏବଂ ଆପଣ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜର ବ୍ରାଞ୍ଚକୁ ଯାଇ ଏକ ଆପ୍ଲିକେସନ ଦେବାକୁ ପଡ଼ିବ କିମ୍ବା ଫର୍ମ ପୂରଣ କରିବା ପାଇଁ ପଡ଼ିବ । ବ୍ୟାଙ୍କକୁ ଆପଣଙ୍କର ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ସବସ୍କ୍ରିପସନ୍ ବନ୍ଦ କରିବାକୁ କହିବେ । ବ୍ୟାଙ୍କ ଏକ ସପ୍ତାହ ମଧ୍ୟରେ ପ୍ରୋସେସକୁ କାର୍ଯ୍ୟକ୍ଷମ କରିବ । ପରେ ଆପଣଙ୍କ ଆକାଉଣ୍ଟରୁ କୌଣସି ପ୍ରକାରର ଟଙ୍କା କଟିବ ନାହିଁ ।